ETV Bharat / state

ନାମାଙ୍କନ ଭରିଲେ ଜନାର୍ଦ୍ଦନ - khordha collectorate

ଭୁବନେଶ୍ବର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଜନାର୍ଦ୍ଦନ ପତି । କଂଗ୍ରେସ-ବାମଦଳ ମେଣ୍ଟର ପ୍ରାର୍ଥୀ ହେଉଛନ୍ତି ଜନାର୍ଦ୍ଦନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Mar 30, 2019, 7:02 PM IST

ଖୋର୍ଦ୍ଧା: ସ୍ମାର୍ଟ ସିଟିରେ ହାଇଭୋଲଟେଜ ଲଢେଇ । ପୂର୍ବତନ ଆଇପିଏସ ବନାମ ପୂର୍ବତନ ଆଇଏଏସ । ଆଉ ଉଭୟ ପ୍ରଶାସକଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ-ବାମଦଳ ମେଣ୍ଟ । ମଇଦାନକୁ ଓହ୍ଲାଇଛନ୍ତି ମେଣ୍ଟର ପ୍ରାର୍ଥୀ ଜନାର୍ଦ୍ଦନ ପତି। ହଜାର ହଜାର ସମର୍ଥକଙ୍କ ସହ ଆସି ଭରିଛନ୍ତି ନାମାଙ୍କନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଶନିବାର ଜନାର୍ଦ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟ କଂଗ୍ରେସ ଏବଂ ସିପିଏମର ଶତାଧିକ କର୍ମୀ ଓ ନେତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଜନାର୍ଦ୍ଦନ । ସେହିପରି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ରଞ୍ଜନ ପାଢ଼ୀ ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଗତ 28 ତାରିଖରୁ ଏନେଇ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.