ETV Bharat / state

ଆଜି ରାଜ୍ୟ ବଜେଟ, ନଜରରେ ଚାଷୀ - Odisha

ଭୁବନେଶ୍ବର: ଆଜି ବିଧାନସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ ନବୀନ ସରକାର । ଆଉ କିଛି ଘଣ୍ଟା ପରେ କାର୍ଯ୍ୟକାଳର ଅନ୍ତିମ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଆଗକୁ 2019 ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କ ନଜର ବଜେଟ ଉପରେ ରହିଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 7, 2019, 8:53 AM IST

4 ମାସର କାମଚଳା ବଜେଟ ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା । ଏକ ଲକ୍ଷ 32 ହଜାର 660 କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ରାଜ୍ୟ ବଜେଟରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ରହିବା ନେଇ ଅନୁମାନ କରାଯାଉଛି । ନିକଟରେ ଅନ୍ନଦାତାଙ୍କୁ ଖୁସ କରି ତିନି ରାଜ୍ୟର ବିଧାନସଭା ନିର୍ବାଚନ ବାଜିମାତ କରିଛି କଂଗ୍ରେସ ।

ସେହିପରି କେନ୍ଦ୍ରରେ ମଧ୍ୟ ଅନ୍ତରୀଣ ବଜେଟରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି ସରକାର । ତେବେ ଏହି ଫର୍ମୁଲାକୁ ଆପଣାଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ପାରନ୍ତି ନବୀନ ସରକାର ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ମୁଖ୍ୟମନ୍ତ୍ରୀ ଗସ୍ତ ନେଇ ପ୍ରସ୍ତୁତି ଜୋରଦାର

କନ୍ଧମାଳ: ଆସନ୍ତା 10 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଫୁଲବାଣୀ । କନ୍ଧମାଳ ଷ୍ଟାଡିୟମରେ ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ପ୍ରସ୍ତୁତିର ତଦାରଖ ଜାରି ରଖିଛନ୍ତି ।

ଫୁଲବାଣୀରେ ୟୁଥ୍ କନକ୍ଲେଭରେ ଯୋଗଦେବା ପାଇଁ ନବୀନ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି ଜାରି ରଖିଛି । ଏହା ଏକ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ବୋଲି ଜଣାପଡ଼ିଛି । 

ତେବେ ଏହି ବୈଠକରେ କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରୁ ପାଖାପାଖି 50 ହଜାରରୁ ଅଧିକ ଯୁବକଯୁବତୀ ଯୋଗଦେବେ ବୋଲି ଜଣାପଡ଼ିଛି ।

କନ୍ଧମାଳରୁ ସଦାଶିବ ପାତ୍ର ଇଟିଭି ନ୍ୟୁଜ୍

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.