ଭୁବନେଶ୍ବର: ବିଧାନସଭାରେ ପାଟକୁରା ଇଫେକ୍ଟ । ଖାଲି ପଡ଼ିଛି ସିଟ । ହାତ ଗଣତି 4ରୁ 5 ଜଣ ମନ୍ତ୍ରୀ ରହୁଛନ୍ତି । ଅନ୍ୟ ମନ୍ତ୍ରୀଙ୍କ ଦେଖା ନାହିଁ । ଯେଉଁ ଦିନ ନିଜ ବିଭାଗର ଉତ୍ତର ରଖିବା କଥା, ସେଦିନ ବି ସମ୍ପୃକ୍ତ ମନ୍ତ୍ରୀ ଅନୁପସ୍ଥିତ । ତାଙ୍କ ବଦଳରେ ଉତ୍ତର ରଖୁଛନ୍ତି ଅନ୍ୟ ମନ୍ତ୍ରୀ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯାହା ହେଉଥିବ...।
ବିରୋଧୀ ଅଭିଯୋଗ କରିଛନ୍ତି, ମନ୍ତ୍ରୀମାନଙ୍କ ଅନୁପସ୍ଥିତ କାରଣରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି । କେବଳ ମନ୍ତ୍ରୀ କାହିଁକି, ବିଧାୟକଙ୍କ ସ୍ଥିତି ବି ସମାନ । ବିଧାନସଭା ଛାଡି ପାଟକୁରାର ବିଭିନ୍ନ ପଞ୍ଚାୟତ ଜଗିଛନ୍ତି । ଗୃହ କାର୍ଯ୍ୟକୁ ପଚାରେ କିଏ ? ଏନେଇ ବିରୋଧୀ କଂଗ୍ରେସ ଓ ବିଜେପି ଆପତ୍ତି ଉଠାଇଛନ୍ତି ।
କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି କହିଛନ୍ତି, ବାଚସ୍ପତି 20 ଯାଏ ଗୃହ କାର୍ଯ୍ୟ ବାତିଲ କରନ୍ତୁ । ସମାନ କଥା କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠି। ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ କହିବା କଥା ହେଲା, ସବୁ ଠିକଥାକ ଚାଲିଛି । ଗୃହରେ ଯେତିକି ମନ୍ତ୍ରୀ ଓ ବିଧାୟକ ରହିବା କଥା ସେତିକି ରହିଛନ୍ତି । ଗୃହ କାର୍ଯ୍ୟ ପ୍ରଭାବିତ ହୋଇନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ