ETV Bharat / state

ଆରମ୍ଭ ହେଲା ଗୁରୁ ପଙ୍କଜ ଉତ୍ସବ

25ତମ ଗୁରୁ ପଙ୍କଜ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଡ଼ଃ ପ୍ରିୟମ୍ବଦା ମହାନ୍ତି ହେଜମାଡି ଓ ଡ଼ଃ ମିନତୀ ମିଶ୍ରଙ୍କୁ ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲ ।

author img

By

Published : Mar 18, 2019, 12:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଗୁରୁ ପଙ୍କଜ ଚରଣ ଓଡିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ । ଗୁରୁ ପଙ୍କଜ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । 5ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ଦେଶ -ବିଦେଶରୁ ପ୍ରାୟ 60 ନୃତ୍ୟଶିଳ୍ପୀ ଭାଗ ନେବେ । ତେବେ ପ୍ରଥମଥର ପାଇଁ ଭରତନାଟ୍ୟମ୍, କୁଚିପୁଡି, ମୋହିନୀଆଟ୍ଟମ ଓ କଥକର ନୃତ୍ୟଶିଳ୍ପୀମାନେ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଉତ୍ସବର ପ୍ରଥମ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ଦ୍ବାରା ଓଡିଶୀ ଓ ମୋହିନୀଆଟ୍ଟମ ନୃତ୍ୟ ପରିବେଷଣ କରାଯାଇଥିଲା । ଶିଳ୍ପୀ ସୁହାଗ ନଳିନୀ ଦାସ ଓଡ଼ିଶୀର ମଧୁରାଷ୍ଟକମରେ କୃଷ୍ଣ ରସର ମାଧୁରୀମାକୁ ଚମତ୍କାର ଭାବେ ପରିବେଷଣ କରିଥିଲେ । ଏହାପରେ ମୋହିନୀଆଟ୍ଟମର ବିଶିଷ୍ଟ ଶିଳ୍ପୀ ସାଜି ମେନନ ମହାଭାରତ ଆଧାରିତ ଅମ୍ବା ଓ ଶ୍ରୀଖଣ୍ଡି ପ୍ରସଙ୍ଗର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ଏଥିସହ ଡ଼ଃ ପ୍ରିୟମ୍ବଦା ମହାନ୍ତି ହେଜମାଡି ଓ ଡ଼ଃ ମିନତୀ ମିଶ୍ରଙ୍କୁ ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲ ।

ସୂଚନାନୁସାରେ, ଏହି ଉତ୍ସବରେ ଅତିଥିଭାବେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ,ପ୍ରାକ୍ତନ ପ୍ରଶାସକ ଅଶୋକ ତ୍ରିପାଠୀ,ସୁନୀଲ କୋଠରୀ,ସ୍ନେହାପ୍ରଭା ସାମନ୍ତରାୟ ଓ ଧନେଶ୍ବର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

SLUG..ନିର୍ବାଚନ ର ମୁକୁଟ ବିହୀନ ସାମ୍ରାଜ୍ଞି,ଜୟଶ୍ରୀ ମିଶ୍ର।
FORMAT...PKG
REPORTER.Badsah Jusman Rana.
DATE..15.03.2019.
PLACE... SAMBALPUR.

ANCHOR...ସମ୍ବଲପୁରରେ ଏତେ ବର୍ଷ ଧରି ରହିଥିଲେ ମଧ୍ୟ ତାଙ୍କର ରହିବା ପାଇଁ ଘର ଦ୍ୱାର କିଛି ନାହିଁ କି ଆର୍ଥିକ ସମ୍ବଳ ବି ନାହିଁ,ନା ତାଙ୍କର ରାଜନୈତିକ ସମର୍ଥନ ନା ରହିଛି ଲୋକବଳ ନା ପରିଚୟ।କିନ୍ତୁ ନିର୍ବାଚନ ଆସିଲେ ସେ ହୋଇଉଠନ୍ତି ଚଳଚଂଚଳ।ନାମାଙ୍କନ ପତ୍ର ଭରିବାକୁ ଭୁଲନ୍ତି ନାହିଁ।ସେ ହେଉଛନ୍ତି  ଜୟଶ୍ରୀ ନାନୀ।ୱାର୍ଡ ମେମ୍ବର ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା ନିର୍ବାଚନ ମୈଦାନ ରେ ଜୟଶ୍ରୀ ନିଜେ ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି କିନ୍ତୁ ତାଙ୍କୁ ବିଜୟର ମାଳା ପିନ୍ଧିବାର ସୌଭାଗ୍ୟ ଆଜି ପର୍ଯ୍ୟନ୍ତ ମିଳି ନାହିଁ।ହେଲେ ହାରି ନାହାନ୍ତି ସେ।

VO-1- ହାତରେ ଛତା ଆଉ କାନ୍ଧରେ ବ୍ୟାଗ।ଏମିତି ଅବସ୍ଥାରେ ସମ୍ବଲପୁର କଚେରୀ ଛକ ଓ ଜିଲ୍ଳାପାଳ କାର୍ଯ୍ୟଳୟ ଅଞ୍ଚଳରେ ଜଣେ ମହିଳା ବୁଲୁଥିବାର ଦେଖିବାକୁ ମିଳନ୍ତି।ସେ ହେଉଛନ୍ତି ଜୟଶ୍ରୀ ମିଶ୍ର।ଛୋଟ ବଡ଼ ସମସ୍ତେ ତାଙ୍କୁ ଜୟଶ୍ରୀ ନାନୀ ଭାବେ ଡାକନ୍ତି।ରହିବା ପାଇଁ ନିଜ ଘର ଟିଏ ନାହିଁ।ବୟସ ପ୍ରାୟ 55 ରୁ ଉର୍ଦ୍ଧ୍ୱ।ହେଲେ ଏହି ବୟସରେ ମଧ୍ୟ ସେ ସେ ବେସ ଚଳଚଞ୍ଚଳ କଚେରୀ ଛକ ଅଞ୍ଚଳରେ।ଆନ୍ଦୋଳନ ହେଉ କି ଧାରଣା ଲୋକଙ୍କ ସହ ସେ ସବୁବେଳେ ଥାଆନ୍ତି। ରହିବାକୁ ଘର ନିଥିବାରୁ ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବାରଣ୍ଡାରେ ରୁହନ୍ତି। ତେବେ ଦେଖିବାକୁ ବେଶ ସିଧା ସାଧା ହେଲେ ମଧ୍ୟ ସେ ବେଶ ସଚେତନ। ପ୍ରତ୍ୟେକ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରନ୍ତି ନିଶ୍ଚୟ।  ଆଜି ପର୍ଯ୍ୟନ୍ତ ସେ 8 ଥର ୱାର୍ଡ ମେମ୍ବର, 1ଥର ସରପଞ୍ଚ,5 ଥର ବିଧାୟିକା (ସ୍ୱାଧୀନ) ଭାବେ ଲଢ଼ିଛନ୍ତି।ଗତ ବିଜେପୁର ଉପ ନିର୍ବାଚନରେ ମଧ୍ୟ ସେ ନାମାଙ୍କନ ପତ୍ର ଦାଖଲପାଇଁ ଯାଇଥିଲେ ତାହେଲେ ତାହା କୌଣସି କାରଣରୁ ହୋଇନଥିଲା।ଏପଟେ ସେ ଥରେ ସାଂସଦ ପାଇଁ ମଧ୍ଯ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ତାହା ନାକଜ ହୋଇଛି ।

ବାଇଟ-1-ଶୁଶ୍ରୀ ଜୟଶ୍ରୀ ମିଶ୍ର,

ଭିଓ-2-ସମାଜ ସେବା କରିବାର ଇଛାଶକ୍ତି ତାଙ୍କୁ ପ୍ରେରଣା ଦେଇଥାଏ ବୋଲି ସେ କୁହନ୍ତି। ଆଜିର ବ୍ୟୟ ବହୁଳ ନିର୍ବାଚନରେ ଏପରି ବ୍ୟକ୍ତିତ୍ୱ ଥିବା ପ୍ରାର୍ଥୀ ମିଳିବା କଷ୍ଟ।ତେବେ ସେ ବୋଧହୁଏ ବର୍ତ୍ତମାନ ର ରାଜନୀତିରେ ସେ ନିଜକୁ ଖାପ ଖୁଆଇବା ପାଇଁ ଅସମର୍ଥ।ହେଲେ ସେ କେବେ ହାର ମାନି ନାହାନ୍ତି।ଆଉ ଏଥର ମଧ୍ୟ ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହୁଛନ୍ତି।

ବାଇଟ-2-ସୁଧୀର ବହିଦାର, ସ୍ଥାନୀୟ ଲୋକ।
ବାଇଟ-3-ସୁକାନ୍ତ କର,ସଚେତନ ନାଗରିକ।

ଫଭିଓ-ପିଡୀ ପରେ ପୀଢ଼ି ଆସୁଛନ୍ତି ଆଉ ସମସ୍ତେ ଜୟଶ୍ରୀ ନାନୀଙ୍କୁ ଦେଖୁଛନ୍ତି  ହେଲେ ତାଙ୍କୁ ବୁଝିବା ବହୁ କଷ୍ଟ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.