ETV Bharat / state

'ଫନି' ଫିଅର: ଓଡିଶାକୁ ୟଲୋ ୱାର୍ଣ୍ଣିଂ

ସାମୁଦ୍ରିକ ଝଡ 'ଫନି'ପ୍ରଭାବରେ ହେବାରକୁ ଥିବା ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପ୍ରବଳ ବର୍ଷାକୁ ଛାଡି 'ଫନି' ର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ନେଇ ଆଗୁଆ ସତର୍କତା ଜାରି କରିଛି ଆଇଏମଡି ।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : May 1, 2019, 12:04 PM IST

Updated : May 1, 2019, 12:32 PM IST

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' କୁ ନେଇ ରାଜ୍ୟରେ ଖେଳିଯାଇଛି କୋକୁଆ ଭୟ । ଆସନ୍ତା ଶୁକ୍ରବାର ପୁରୀ ଠାରେ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହାର ପ୍ରଭାବରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କେନ୍ଦ୍ର ଗୃହମନ୍ତ୍ରଣାଳୟର ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିଭିଜନ ପକ୍ଷରୁ କୁହାଯାଇଛି ମେ 1 ତାରିଖ ମଧ୍ୟାନ୍ନ ବେଳକୁ 'ଫନି' ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେବ। ସାମୁଦ୍ରିକ ଝଡ 'ଫନି' ଗୋପାଳପୁର-ଚାନ୍ଦବାଲି ଉପକୂଳ ଦେଇ ଓଡିଶା ଅତିକ୍ରମ କରିବ । ଆସନ୍ତା 3 ତାରିଖ ଅପରାହ୍ନରେ ଏହା ପୁରୀର ଦକ୍ଷିଣ ଦିଗକୁ ମୁହାଁଇବ। ଏହି ସମୟରେ ପବନର ବେଗ 175-185 କିମି ମଧ୍ୟରେ ରହିବା ନେଇ ଆଶଙ୍କା କରାଯାଉଛି। ପବନର ବେଗ ଏହା ଠାରୁ ଅଧିକ ବଢି 205 କିମି ପର୍ଯ୍ୟନ୍ତ ପହଞ୍ଚିବା ନେଇ ସମ୍ଭାବନା ରହିଛି।

ମେ 3 ତାରିଖ ଶୁକ୍ରବାର ରାଜ୍ୟର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା ଆଦି ଜିଲ୍ଲାରେ 150-160 କିମିରୁ ବଢି 170 କିମି ବେଗର ପବନ ବହିବ । ସେହିପରି ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,ବାଲେଶ୍ୱର ଆଦି ସ୍ଥାନରେ 110-120 କିମିରୁ ବଢି 130 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ନୟାଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଅଞ୍ଚଳରେ 30-40 କିମିରୁ ବଢି 50 କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଛି ।

ମେ 1ରୁ 3 ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ, କେନ୍ଦ୍ର-ପଶ୍ଚିମ ଭାଗରେ ଥିବା ଉତ୍ତର ତାମିଲନାଡୁ ଉପକୂଳ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ । ଆସନ୍ତା 2 ତାରିଖରୁ 4 ତାରିଖ ମଧ୍ୟରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଶାନ୍ତ ରହିବ । ଏହି ସମୟ ସୀମା ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଯେତେବେଳେ 'ଫନି' ସ୍ଥଳଭାଗ ଛୁଇଁବ ସେତେବେଳେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ସମୁଦ୍ରତଟରେ ବଡ ବଡ ସାମୁଦ୍ରିକ ଢେଉ ସୃଷ୍ଟି ହେବ।

'ଫନି' ର ପ୍ରଭାବରେ ହେବାକୁ ଥିବା ବର୍ଷାରେ ଓଡିଶା ଭିଜିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏଥିପାଇଁ ୱାର୍ଣ୍ଣି ମଧ୍ୟ ଜାରି କରାଯାଇଛି । ମେ 2 ତାରିଖ ଆସନ୍ତାକାଲି ପାଇଁ ରାଜ୍ୟର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା, କନ୍ଧମାଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସେହିପରି 3 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନ ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଯାହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଦିନ ସମ୍ବଲପୁର, ଦେବଗଡ, ବୌଦ୍ଧ, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ମେ 4 ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରପଡା, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଦିନ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କଟକ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ମେ 4ରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

---------- Forwarded message ---------
From: SANJIB KUMAR RAY <sanjibkumar.ray@etvbharat.com>
Date: Sat, Apr 27, 2019, 21:52
Subject: ନିର୍ବାଚନ ରେ ଅପରାଧୀକରଣ।
To: Odia Desk <odiadesk@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>, SARADHA LAHANGIR <sarada.lahangir@etvbharat.com>

ସରିଲା ନିର୍ବାଚନ, ଏଥର ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହୋଇଥଲେ ତାହା ମଧ୍ୟ ଭୋଟର ମଧ୍ୟ ଦେଖିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ଅପରାଧରେ ଜଡିତ ଥାଇବି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ, ସେମାନଙ୍କୁ ଭୋଟର ଚିନ୍ହିଛନ୍ତି ନା ନାହିଁ ମେଂ ୨୩ ରେ ଫଳାଫଳ କହିବ।ସେମାନଙ୍କ ସତ୍ୟପାଠ ଦସ୍ତାବିଜ ଚେକ କରି ଇଲେକ୍ସନ ୱାଚ ନାମକ ସଂସ୍ଥା ପ୍ରାର୍ଥୀଙ୍କ ସମସ୍ତ ଅପରାଧୀକ ରେକର୍ଡକୁ ସାମ୍ନା କୁ ଆଣିଛି।ଏଥର ଓଡ଼ିଶାରେ ନିର୍ବାଚନ ଲଢ଼ୁଥିବା କେଉଁ ଦଳର ସବୁଠୁ ଅଧିକ ପ୍ରାର୍ଥୀଙ୍କ ଅପରାଧୀକ ରେକର୍ଡ ଅଛି ତାହା ସର୍ବସମୁଖ ରେ ପ୍ରକାଶ କରିଛି ଇଲେକ୍ସନ ୱାଚ।ଏଥର ବିଧାନସଭା ରେ ବିଜେପି ର ସର୍ବାଧିକ ଅପରାଧୀକ ରେକର୍ଡ ୮୬ ଜଣଙ୍କ ନାମରେ ଅଛି ଏବଂ ୬୭ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ଅଛି।କଂଗ୍ରେସ ର ୧୩୦ ଜଣଙ୍କ ବିଶ୍ଳେଷଣ ହୋଇଥିଲା ତନ୍ମଧ୍ୟରୁ ୬୨ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି ଏବଂ ୪୦ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ରହିଛ। ବିଜୁ ଜନତା ଦଳର ୧୪୩ ଜଣ ପ୍ରାର୍ଥୀଙ୍କ ବିଶ୍ଳେଷଣ ହୋଇଥିଲା ,ସେମାନଙ୍କ ଭିତରୁ ୫୬ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୪୦ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ଅଛି।ସେହିପରି ଲୋକସଭା ରେ ବିଜେପିର ୧୩ ଜଣ, କଂଗ୍ରେସର ୭ ଜଣ ଏବଂ ବିଜେଡିର ଜଣେଙ୍କ ନାମରେ ଅପରାଧିକ ମାମଲା ଅଛି।

 ରାଜନୀତିରେ ଅପରାଧିକରଣକୁ ନେଇ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।ରାଜନୀତିରେ ଅପରାଧୀଙ୍କ ଅନୁପ୍ରବେଶ କୁ ରୋକା ଯିବାର ଆବଶ୍ୟକତା ଅଛି।ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧେଶ ଅନୁସାରେ ଚଳିତ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନଙ୍କର ଅପରାଧୀକ ମାମଲା ଥିବ ସେମାନେ ତାଙ୍କ ଦଳକୁ ଜଣାଇବେ ଓ ସ୍ୱତନ୍ତ୍ର ଭାବେ ୱେବସାଇଟ ରେ ଛାଡିବେ।ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଭିନ୍ନ ମାମଲା ବିଷୟରେ ଜଣେଇବେ।ରାଇଟ ଟୁ ନୋ ,ଜାଣିବାର ଅଧିକାର ଆଧାରରେ ପ୍ରାର୍ଥୀମାନଙ୍କ ବିଷୟରେ ଭୋଟର ସବିଶେଷ ତଥ୍ୟ ଜାଣିବା ଦରକାର ବୋଲି ଇଲେକ୍ସନ ୱାଚ ର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି କହିଛନ୍ତି।ନିର୍ବାଚନ ରେ ହିଂସା ବଢିବା, ନିର୍ବାଚନ ବାତାବରଣର ସୁସ୍ଥ ପରମ୍ପରା କୁ ନଷ୍ଟ କରେ।ତେଣୁ ଅବାଧ ନିରପେକ୍ଷ ନିର୍ବାଚନ ହେବାର ଆବଶ୍ୟକତା ଅଛି।ସୁପ୍ରିମକୋର୍ଟ ନିର୍ଦ୍ଧେଶ ଅନୁଯାୟୀ ଯେଉଁମାନେ ୫ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିଛନ୍ତି ସେମାନଙ୍କୁ ଅନ୍ତତଃ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିବାକୁ ରୋକ ଲାଗେଇବା ଦରକାର ବୋଲି ରଞ୍ଜନ ମହାନ୍ତି କହିଛନ୍ତି।

ରାଜନୀତିରେ ଅପରାଧୀ ଙ୍କୁ ଟିକେଟ ନମିଳିବା ନେଇ ରାଜନୈତିକ ଦଳମାନେ ସଚେତନ ହେବାର ଆବଶ୍ୟକତା ଅଛି।ଜନସମୁଦାୟ ଜନାଦେଶ ର ଆଦେଶ କୁ ଗ୍ରହଣ କରିବା ଦରକାର।ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ଟିକେଟ ମିଳିବା ନେଇ ସଂସଦ ରେ ଏ ବିଷୟରେ ତର୍ଜମା ହେଉ,କିନ୍ତୁ ରାଜନୈତିକ ଦଳ ମାନେ ଆଇନ ବଦଳେଇ ଅପରାଧିକ ଅନୁପ୍ରବେଶ କୁ ଆଗ୍ରାଧିକାର ଦେଉଛନ୍ତି ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଂକେତ ନୁହେଁ ବୋଲି ପୁର୍ବତନ ମୁଖ୍ୟ ଶାସନ ସଚିବ ସହଦେଵ ସାହୁ କହିଛନ୍ତି।

ନିର୍ବାଚନ କୁ ସ୍ୱଚ୍ଛ ,ଅବାଧ ଏବଂ ନିରପେକ୍ଷ କରିବାକୁ ,ଅପରାଧୀମାନଙ୍କୁ ନିର୍ବାଚନ ମୈଦାନ ରୁ ଦୁରେଇ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଥିଲେ ବି ବିଭିନ୍ନ ଦଳ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।
ସୁପ୍ରିମକୋର୍ଟ ଙ୍କ ଗାଇଡଲାଇନ ଅନୁଯାୟୀ ନିର୍ବାଚନ କୁ ସ୍ୱଚ୍ଛ କରିବା ପାଇଁ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ତାଲିକା ଭୋଟରଙ୍କ ପାଖରେ ପ୍ରକାଶ କରିବାକୁ ନିର୍ଦ୍ଧେଶ ଅଛି।ଚଳିତଥର ନିର୍ବାଚନ ଆୟୋଗ ନିର୍ବାଚନ କୁ ଅଧିକ ସ୍ୱଚ୍ଛ କରିବାକୁ ପ୍ରାର୍ଥୀମାନେ ସେମାନଙ୍କର ସମସ୍ତ ଅପରାଧିକ ରେକର୍ଡ ଗଣମାଧ୍ୟମ ରେ ପ୍ରକାଶ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ତେବେ ମେଂ ୨୩ ରେ ଫଳାଫଳରୁ ଜଣାପଡିବ ସାଧାରଣ ଭୋଟର କାହା ଉପରେ ନିଜର ବିଶ୍ୱାସ ରଖିଛନ୍ତି ଓ ଅପରାଧିକ ପ୍ରାର୍ଥୀଙ୍କ ଗ୍ରହନୀୟତା କେତେ।
Last Updated : May 1, 2019, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.