ଭୁବନେଶ୍ବର: ତାଣ୍ଡବ ରଚିଯାଇଛି ବାତ୍ୟା 'ଫନି' । ଦେଇଯାଇଛି ଦାରୁଣ ଦୁଃଖ । ଏବେ ବି ସ୍ବଭାବିକ୍ ସ୍ଥିତିକୁ ଫେରିନି ସ୍ମାର୍ଟସିଟି । ତେଣୁ ଭୁବନେଶ୍ବରର ବସ୍ତି ବାସିନ୍ଦାଙ୍କ ଦୁଃଖକୁ କିଏ ପଚାରେ । ମାତ୍ର ଏଭଳି ସ୍ଥିତିରେ ଏହି ବାତ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଷ୍ଟେଟ୍ ବ୍ୟାଙ୍କ ଲାଇଫ ଇନସୁରାନ୍ସ କର୍ମଚାରୀମାନେ ।
ସ୍ଥାନୀୟ ଗିରିଦୁର୍ଗା ମନ୍ଦିର ନିକଟରେ ଶୁକ୍ରବାର ବାତ୍ୟା ବିପନ୍ନଙ୍କୁ ରାନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଲାଇଫ ଇନସୁରାନ୍ସ କର୍ମଚାରୀ । କେତେ ଦିନ ହେବ ରନ୍ଧା ଖାଦ୍ୟଠାରୁ ଦୂରରେ ଥିବା ଏହି ଲୋକଙ୍କୁ ମୁଠାଏ ଦାନା ଯୋଗାଇବାକୁ ଏମିତି ପ୍ରୟାସ କରିଛନ୍ତି ଏମାନେ ।
ତେବେ ବାତ୍ୟା ଫନିକୁ 7ଦିନ ବିତି ଯାଇଥିଲେ ମଧ୍ୟ ଭୁବନେଶ୍ବର ପାରିପାଶ୍ବିକ ସ୍ଥିତି ଏବେବି ସୁଧୁରିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ