ETV Bharat / state

ଆଗକୁ ଭୋଟ: ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଛି ନାମାଙ୍କନ

2019 ନିର୍ବାଚନର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଯାଇଛି। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

author img

By

Published : Apr 3, 2019, 1:44 PM IST

ଫାଇଲ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୭୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୧୦୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୬ଗୋଟି ଲୋକସଭା ଆସନ ପାଇଁ ସର୍ବମୋଟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟୟ ନିର୍ବାଚନ ପାଇଁ ମଧ୍ୟ ଗତକାଲି ଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି । ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ଯାଜପୁର ଲୋକସଭା ଆସନ ପାଇଁଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୩୪୭ ଗୋଟି ଜାମିନ ବିହୀନ ପରୱାନା ଲାଗୁ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ୩୬୭୫୮ ଜଣଙ୍କୁ ଅଟକ ରଖାଯାଇଛି। ୪୫୬୧ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୧୭୯ଟି ଅସ୍ତ୍ରଶସ୍ତ୍ର ଏବଂ ୨୬୪.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତକରାଯାଇଛି।

କାଲି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୮୫ ହଜାର ଲିଟରରୁ ଅଧିକ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୬୦ ଲକ୍ଷ ଟଙ୍କା ହେବ । ଫ୍ଲାଇଂ ସ୍କ୍ବାର୍ଡ ଏବଂ ପୋଲିସ୍‌ ଦ୍ବାରା ୯୫ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୧୮ ଲକ୍ଷ ୬୮ ହଜାର ୫୮୭ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୭୩ ହଜାର ୮୯୦ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି। ରାଜ୍ୟ ସ୍ତରରେ ଖୋଲା ଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୫୧୭ଟି କଲ୍‌ କରାଯାଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଆସିଛି।

ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ୧୨୭୦୪ଟି ଅଭିଯୋଗ ଆସିଥିବା ବେଳେ ତାହାର ତ୍ବରିତ ସମାଧାନ କରାଯାଇଛି । ଏ ପର୍ଯ୍ୟନ୍ତ ଓଡ଼ିଶାରେ ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ୬୧୫ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୫୪୧ଟି ଅଭିଯୋଗର ସମାଧାନ କରାଯାଇଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

ବିଜେପି କାକଟପୁର ପ୍ରାର୍ଥୀ ବିଜେଡିକୁ ଡେଇଁଲେ

ଭୁବନେଶ୍ୱର () ନିର୍ବାଚନ ବେଳ ଯେତିକି ପାଖଉଛି ଅନ୍ୟ ଦଳରୁ ନେତା ଆମଦାନୀ ସେତିକି ବଢୁଛି । ନିକଟରେ ବିଜେପି ଆନନ୍ଦପୁର ବିଧାୟକ ପ୍ରାର୍ଥୀ ବିଜେଡିରେ ଯୋଗଦେଇଥିବା ବେଳେ ଆଜି ବିଜେପିର କାକଟପୁର ପ୍ରାର୍ଥୀ ତୁଷାରକାନ୍ତି ବେହେରା ମଧ୍ୟ ବିଜେଡିରେ ମିଶିଛନ୍ତି । 

ଆଜି ନବୀନ ନିବାସରେ ସେ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ତୁଷାରକାନ୍ତି ବିଜେପିରେ ପ୍ରାର୍ଥୀ ହୋଇ ପ୍ରଚାର ଆରମ୍ଭ କରିଥିଲେ । କିନ୍ତୁ ଗତ ନିର୍ବାଚନରେ ଦଳ ପକ୍ଷରୁ ନିଯୁକ୍ତି, ମହିଳା ସଂରକ୍ଷଣ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ଦିଆଯାଇଥିବା ପ୍ରତିଶ୍ରୁତି ଏଯାଏଁ ପୁରାଣ ହୋଇନଥିବାରୁ ପ୍ରଚାର ସମୟରେ ସେ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହେଲେ । ତେଣୁ ବାଧ୍ୟ ହୋଇ ସେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ଆଗକୁ ଆହୁରି ଅନେକ ଯୁବ ନେତା ବିଜେପି ଛାଡିବେ ବୋଲି ସେ କହିଛନ୍ତି ।

ତୁଷାରଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟନାୟକ ଦାବି କରିଛନ୍ତି । ସେହିଭଳି ଓଡିଶା ବିଜେପିର ଫୋକସରେ ରହିବା ଏବଂ ଘନଘନ ଗସ୍ତ ନିର୍ବାଚନ ସମୟରେ ନିୟମିତ ପ୍ରକ୍ରିୟା । ବିଜେଡି ଭଲ ପ୍ରଦର୍ଶନ କରିବ । 2019 ନିର୍ବାଚନ ଅପେକ୍ଷାକୃତ ଭାବେ କଷ୍ଟକର ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସବୁ ନିର୍ବାଚନ କଷ୍ଟକର ।

ବାଇଟ - ନବୀନ ପଟନାୟକ, ବିଜେଡି ସଭାପତି
ବାଇଟ - ଲାତିକା ପ୍ରଧାନ, ବିଜେଡି ପ୍ରାର୍ଥୀ
ବାଇଟ - ତୁଷାରକାନ୍ତି ବେହେରା, ବିଜେପି ପ୍ରାର୍ଥୀ

All bytes and visual sent in LiveU - BJD joining. 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.