ETV Bharat / state

ମାଟିରେ ମିଶିଯାଇଛି ରାମ-ରହିମଙ୍କ ସ୍ବପ୍ନ, ବସ୍ତି ପିଲାଙ୍କ ଭବିଷ୍ୟତ ଧୂଳିସାତ

ଫନି ଗର୍ଜନରେ ଧଇଁସଇଁ ରାଜଧାନୀ । ସାଲିଆ ସାହିରେ ରାମରହିମଙ୍କ ପ୍ରଚେଷ୍ଟାରେ ଗଢିଉଠିଥିବା ସ୍କୁଲ ବି ଛାରଖାର । ମାଟିରେ ମିଶିଯାଇଛି ଶହ ଶହ ଗରିବ ପିଲାଙ୍କ ସ୍ବପ୍ନ । ଏପରି ସ୍ଥିତିରେ କିଛି ସରକାରୀ ଓ ଘରୋଇ ସହାୟତାକୁ ଅପେକ୍ଷା ।

author img

By

Published : May 29, 2019, 10:17 PM IST

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫନି ଫଣାରେ ଚୁରମାର ହୋଇଯାଇଛି ରାମରହିମଙ୍କ ସ୍ବପ୍ନ । ଗରିବ ପିଲାଙ୍କୁ ଶିକ୍ଷିତ କରାଉଥିବା ଏହି 2 ବନ୍ଧୁ ଏବେ ନିଃସହାୟ । ବସ୍ତି ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଗଢି ତୋଳିଥିବା ସ୍କୁଲ ଏବେ ଛାରଖାର ହୋଇଯାଇଛି । ସ୍କୁଲ ଛାତ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହର ଆସବାବପତ୍ର ସବୁ କିଛି ଭାଙ୍ଗି ମାଟିରେ ମିଶିଯାଇଛି ।

ନିତି ଧାଡି ଧାଡି ଠିଆ ହୋଇ ପ୍ରାର୍ଥନା ବୋଲୁଥିବା ଏହି ଗରିବ ପିଲାମାନେ ଆଜିକୁ 26 ଦିନ ହେବ ଘରେ ବସିଛନ୍ତି । କାରଣ ସେମାନେ ବୁଝିପାରିଛନ୍ତି , ପାଠ ପଢିବାକୁ ନା ସ୍କୁଲ ଅଛି ନା କଳାପଟା । ଏପଟେ ଅଭିଭାବକ ମଧ୍ୟ ହତାଶ । ଛୋଟ ମୋଟ କାମ କରି ପିଲାଙ୍କୁ ପଢାଉଥିବା ବାପା ମା ମଧ୍ୟ କଣ ଅବା କରିପାରିବେ । ଫନି ସମ୍ପତ୍ତି ନେବା ସହ ପିଲାଙ୍କ ଭବିଷ୍ୟତକୁ ମଧ୍ୟ ଧୂଳିସାତ କରିଦେଇଛି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଆଜିର ଛୁଆଁ-ଅଛୁଆଁ ଭେଦଭାବ ଓ ଜାତିବାଦ ପ୍ରଥା ସମାଜରେ ପ୍ରେରଣା ହେଉଛନ୍ତି ସାଲିଆ ସାହିର ରତ୍ନାକର ମହାନ୍ତି ଓ ଶେଖ ଆସିକ ଅଲି । ଏ ଦୁଇ ଜଣ ରାଜଧାନୀର ରାମ ରହିମ ଭାବରେ ବେଶ ପରିଚିତ । ବଡ ବଡ ଚାକିରୀରୁ ମୁହଁ ଫେରାଇ ନେଇ ମାସକୁ ମାତ୍ର 200 ଟଙ୍କାରେ ବସ୍ତି ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି ଏମାନେ । ଏଥିସହ ନିଶାଗ୍ରସ୍ତ ହୋଇ ବୁଲୁଥିବା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ବି ଦିଅନ୍ତି । ଏହି 2ଜଣ ନିଜ ଚେଷ୍ଟାରେ ବିଦ୍ୟାଳୟଟିକୁ ଗଢି ତୋଳିଥିଲେ । ହେଲେ ଏବେ ଫନି ଚଡକ ପଡିଛି ତାଙ୍କ ମୁଣ୍ଡ ଉପରେ । ଫନି ଗଲା ପରେ ଆଜି ଏ ବିଦ୍ୟାଳୟର ଅବସ୍ଥା ନ କହିବା ଭଲ ।

https://youtu.be/ZYn-Kx1sIjQ

ମାତ୍ର କେଇ ଟଙ୍କା ଓ କିଛି ସହାୟତାରେ ତିଆରି ହୋଇଥିଲା ଏହି ସ୍କୁଲ । ଆଉ ଏବେ ଏଠାରେ ଥିବା ପ୍ରାୟ 95 ଭାଗ ଜିନିଷ ଧ୍ବସ୍ତବିଧ୍ବସ୍ତ । ଏପରି ସ୍ଥିତିରେ କିପରି ପୁନଃଉଦ୍ଧାର ହେବ ଏହି ମଣିଷ ତିଆରି କାରଖାନା । ଯଦି କିଛି ବଦାନ୍ୟ ବ୍ୟକ୍ତି ସହାୟତା କରନ୍ତି, ତେବେ ପୁଣି ଥରେ ଗଢିଉଠିବ ଏହି କାରଖାନା । ଉଦୟ ହେବ ଏହି ଗରିବ ବସ୍ତିବାସିନ୍ଦା ଛୁଆଙ୍କ ଭାଗ୍ୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Slug - board post mortem after low percentage results,rep - narayan,ctc,avb,29.05.19

ଆଂଙ୍କର - ବର୍ଷକୁ ବର୍ଷ କମୁଛି ମାଟ୍ରିକ ପରୀକ୍ଷାର୍ଥୀ ଙ୍କ ପାସ୍ ହାର।ଗତ ୨ ବର୍ଷ ହେବ ପାସ୍ ପ୍ରତିଶତ କମୁଛି।ତେବେ ଏହାକୁ ନେଇ ପୋଷ୍ଟମର୍ଟମ୍ କରିଛି ବୋର୍ଡ଼।ପାସହାର କମିବାର କାରଣ ବି ପାଇଛି ବୋର୍ଡ଼।ବିଶେଷକରି କପି ରୋକିବାରେ ସଫଳ ହେବାରୁ ଏଭଳି ରେଜଲ୍ଟ ହୋଇଛି।କପି ରୋକିବା ପାଈଁ ୨ ବର୍ଷ ହେବ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ।
ପୂର୍ବରୁ ମାଟ୍ରିକ ପରୀକ୍ଷାର୍ଥୀ ମାନେ ନିଜ ନିଜ ସ୍କୁଲ ରେ ପରୀକ୍ଷା ଦେଉଥିଲେ।ଫଳରେ ସେଠାରେ ସେମାନେ କପି କରି ପାସ୍ ହେଉଥିଲେ।କିନ୍ତୁ ଗତ ୨ ବର୍ଷ ହେଲା ପରୀକ୍ଷା କେନ୍ଦ୍ରକୁ ପରିଵର୍ତନ କରାଯାଉଛି।ନିଜ ସ୍କୁଲ ପରିବର୍ତ୍ତେ ଅନ୍ୟ ସ୍କୁଲ ରେ ପରୀକ୍ଷା କେନ୍ଦ୍ର କରାଯାଉଛି।ଯାହାଫଳରେ ଅନେକ ଛାତ୍ର ଛାତ୍ରୀ କପି କରିବାରେ ବିଫଳ ହୋଇ ଫେଲ ହେଉଛନ୍ତି।
କେଵଳ ସେତିକି ନୁହେଁ ପରୀକ୍ଷା ସମୟରେ ବିଭିନ୍ନ ସ୍କ୍ୱାର୍ଡ ମଧ୍ୟ କେନ୍ଦ୍ର ଭିତରେ କପି ଯାଞ୍ଚ କରୁଛନ୍ତି।ଯାହାକି କପି ରୋକିବାରେ ସଫଳ ହେଉଛି।ସେହିପରି ଅନେକ କେନ୍ଦ୍ରରେ ମଧ୍ୟ ସିସିଟିଭି ଲଗା ଯାଇଛି।।ଯାହାକି କପି ରୋକିବାରେ ସଫଳ ହେଉଛି।ଆଗାମି ବର୍ଷଠୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ ବୋଲି ନିଷ୍ପତି ନିଆଯାଇଛି।
ମୋଟାମୋଟି କହିବାକୁ ଗଲେ ଦିନକୁ ଦିନ କଠୋର ହେଉଛି ବୋର୍ଡ଼।ଅସାଧୁ ଉପାୟରେ ପାସ୍ କରିବାକୁ ଚାହୁଁ ଥିବା ପରୀକ୍ଷାର୍ଥୀ ବିଫଳ ହେଉଛନ୍ତି  ବୋଲି ବୋର୍ଡ଼ ସଭାପତି କହିଛନ୍ତି।

ବାଇଟ - ଡ଼ଃ ଜାହାନାଆରା ବେଗମ,ବୋର୍ଡ଼ ସଭାପତି।

Visual through through MOJO...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.