ETV Bharat / state

ଫନି ପ୍ରଭାବିତ 5 ଜିଲ୍ଲାକୁ ଆଶ୍ବସ୍ତି, ମିଳିବ ଅତିରିକ୍ତ ଏକମାସର ପେନସନ

ଫନି ପ୍ରଭାବିତ ପେନସନଭୋଗୀଙ୍କୁ ରାଜ୍ୟ ସରକାରଙ୍କ ସହାୟତା । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଭଳି 5 ଜିଲ୍ଲାରେ ମଧୁବାବୁ ପେନସନ ଯୋଜନା ଅନୁଯାୟୀ ମିଳିବ ଅତିରିକ୍ତ ଗୋଟିଏ ମାସର ପେନସନ ରାଶି ।

author img

By

Published : Jun 24, 2019, 8:19 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଫନି ପ୍ରଭାବିତ 5 ଜିଲ୍ଲାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ପେନସନଭୋଗୀଙ୍କୁ ଆଶ୍ବସ୍ତି । କ୍ଷୟକ୍ଷତିକୁ ନଜରରେ ରଖି ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଗୋଟିଏ ମାସର ପେନସନ ରାଶି । ଏ ନେଇ ୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଞ୍ଜୁର ହୋଇଛି ।

ପ୍ରଳୟଙ୍କାରୀ ବାତ୍ୟା ଫନିରେ ଛାରାଖାର ହୋଇଯାଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାକୁ ସରକାର ବିଶେଷ ସହୟତା ଦେଉଛନ୍ତି । ମଧୁବାବୁ ପେନ୍‌ସନ୍‌ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ସାହାଯ୍ୟ ସ୍ବରୁପ ଅଧିକା ଗୋଟିଏ ମାସର ପେନସନ ମିଳିବ । ସୋମବାର ଏଥିଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରସ୍ତାବକୁ ଅନୁମୋଦନ
କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.