ଭୁବନେଶ୍ବର: ଲଞ୍ଚ ହେଲା 'ଇଟିଭି ଭାରତ' ଓଡିଶା ଆପ୍। ରାଜ୍ୟପାଳ ଗଣେଶୀ ଲାଲ 'ଇଟିଭି ଭାରତ' ଓଡିଶା ଆପକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଗଣେଣୀ ଲାଲ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି। ବିଶ୍ବବ୍ୟାପୀ 'ଇଟିଭି ଭାରତ' ଆଦୃତ ହେବା ସହ ସର୍ବମାନ୍ୟ ହେବା ନେଇ ଶୁଭ ମନାସିଛନ୍ତି। ଏହା ସହ ସଠିକ ଖବର ପରିବେଷଣ ସହ ସମାଜରେ ପରିବର୍ତ୍ତନର ମହାନୟକ ବନିବାକୁ ଆହ୍ବାନ ଜଣାଇଛନ୍ତି ରାଜ୍ୟପାଳ। ସର୍ବଦା ନିରପେକ୍ଷ ଓ ନାରଦ ମୁନିଙ୍କ ଭଳି ବଳିଷ୍ଠ ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ 'ଇଟିଭି ଭାରତ'କୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ଗଣେଣୀ ଲାଲ।
29 ରାଜ୍ୟ, 725 ଜିଲ୍ଲାର 13ଟି ଭାଷାକୁ ନେଇ ଆସିଲା ଆପ୍। ଶୀଘ୍ରରୁ ଅତି ଶୀଘ୍ର ଖବର ପହଞ୍ଚାଇବା ପାଇଁ ଡିଜିଟାଲ ଗଣମାଧ୍ୟମ ଦୁନିଆରେ ପାଦ ଥାପିଛି 'ଇଟିଭି ଭାରତ'। ଦିନର ପ୍ରତିଟି ଟିକିନିଖି ଖବରକୁ ଚୁଟକିରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜିଠୁ ଯାତ୍ରା ଆରମ୍ଭ କରିଛି 'ଇଟିଭି ଭାରତ' । ସମସ୍ତ କ୍ଷେତ୍ରର ସୁବିସ୍ତୃତ ଖବର ତଥ୍ୟ ସହ ପରିବେଷଣ କରିବ 'ଇଟିଭି ଭାରତ'। ନିର୍ଭିକ, ନିର୍ଭୁଲ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଜରିଆରେ ସୂଚନା ପ୍ରଦାନ ଏହି ଆପର ଲକ୍ଷ୍ୟ । ହ୍ରାଇଦ୍ରାବାଦ ସ୍ଥିତ ରାମଜୀ ଗ୍ରୁଫ୍ ଦ୍ବାରା ଏହି ଆପ ବିକଶିତ ହୋଇଛି।
କେବଳ ମୋବାଇଲ ଆପ୍ ନୁହେଁ ପୋର୍ଟାଲରେ ମଧ୍ୟ ଉପଲବ୍ଧ 'ଇଟିଭି ଭାରତ ଓଡିଶା'। ଗୋଟିଏ ଆପରେ ଗୋଟିଏ କ୍ଲିକରେ ବହୁଭାଷୀ ଖବର ପାଇବେ ୟୁଜର୍ସ। ଆଜିକାଲିର ଦୁନିଆରେ ମୋବାଇଲ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ 'ଇଟିଭି ଭାରତ' ଆପ ସମସ୍ତଙ୍କୁ ସୂଚନା ପ୍ରଦାନ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଭୁବନେଶ୍ବରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ