ଭୁବନେଶ୍ବର: ଦିନକୁ ଦିନ କଲ୍ ଡ୍ରପ ନେଇ ସମସ୍ୟାବୃଦ୍ଧି ପାଉଛି। ଯାହାକୁ ନେଇ ଡଟ(ଡିପାର୍ଟମେଣ୍ଟ ଅଫ ଟେଲିକମୁନିକସନ୍) ନିକଟରେ ଅଭିଯୋଗ ଆସୁଛି। ତେଣୁ ଏନେଇ ଏସଟିଏଫ ସହାୟତାରେ ଡଟ୍ ରାଜଧାନୀର ବିଭିନ୍ନ କଲ ସେଣ୍ଟରର ଯାଞ୍ଚ କରୁଛି ।
ସୂଚନାମୁତାବକ, ସିମ୍ ବକ୍ସ ବ୍ୟବହାର ଓ ଭିଓଆଇପି କଲ ଯୋଗୁଁ କଲ୍ ଡ୍ରପ ସମସ୍ୟାସୃଷ୍ଟି ହେଉଥିବା ଆଶଙ୍କା କରାଯାଉଛି । ତେଣୁ ମାର୍ଚ୍ଚ 2ୟ ସପ୍ତାହରେ ଭୁବନେଶ୍ବରର ବିଭିନ୍ନ କଲ୍ ସେଣ୍ଟରରଯାଞ୍ଚ କରାଯାଇଛି। ଏସଟିଏଫ ଓ ଡଟ୍ ମିଳିତ ଭାବେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ବିଶେଷ କରି ବିଭିନ୍ନକଲ ସେଣ୍ଟର ଲାଇସେନ୍ସ, କଲ ରେକର୍ଡ, ଫ୍ରିକୁଏନସି ମଡୁଲୋର ଯାଞ୍ଚ ହୋଇଛି। କାରଣ ଅନେକ ସମୟରେ ସିମ୍ ବକ୍ସ ବା ମଲଟିପୁଲ ସିମର ବ୍ୟବହାର କରି ଇଣ୍ଟରନାସନାଲ କଲକୁ ଲୋକାଲ୍ କଲ୍ରେ କନଭର୍ଟ କରାଯାଉଛି । ଯାହାଫଳରେ ପ୍ରମୋସନାଲ କଲ୍ ପରି ଅନେକ ଅଭିଯୋଗ ଡଟ ନିକଟରେ ଦାଖଲ ହେଉଛି।
ତେବେ ସିମ ବକ୍ସ ବା ଭିଓଆଇପି କଲ ଜରିଆରେ ଅନେକ ଅପରାଧ ସାଙ୍ଗକୁ ଠକେଇ ହେଉଥିବା ଅଭିଯୋଗ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ