ଭୁବନେଶ୍ବର: ଲିଜ ହୋଲ୍ଡ ଜମିକୁ ଫ୍ରି ହୋଲ୍ଡ କରିବାକୁ ଦାବି କରିଛନ୍ତି ରାଜ୍ୟର 12ଟି ଏମଏସଏମଇ ଶିଳ୍ପସଂସ୍ଥା ।ରବିବାର ଏକ ସମ୍ବାଦିକ ସମ୍ମିଳନୀରେ ସଂଘ କହିଛି, ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପସଂସ୍ଥାର ଲିଜ ହୋଲ୍ଡ ଜମିକୁ ଫ୍ରି ହୋଲ୍ଡ କରାଯାଉ । ଏନେଇ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ରଖିଛି ସଂଘ । ପ୍ରାଥମିକ ପର୍ଯ୍ୟାୟରେ 10 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମକୁ ଅବ୍ୟାହତ ରଖିଥିବା ଏମଏସଏମଇ ଶିଳ୍ପସଂସ୍ଥାକୁ ଫ୍ରି ହୋଲ୍ଡ କରିବାକୁ ଦାବି ହୋଇଛି ।
ସଂଘ ଆହୁରି ମଧ୍ୟ କହିଛି, ଗୁଜୁରାଟ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସମସ୍ତ ଏମଏସଏମଇ ଶିଳ୍ପସଂସ୍ଥାଙ୍କ ଜମିକୁ ଫ୍ରି ହୋଲ୍ଡ କରାଯାଇଛି । ଯଦି ଓଡିଶାରେ ବି ଏଭଳି କିଛି ପଦକ୍ଷେପ ନିଆଯିବ, ଯୁବ ଉଦ୍ୟୋଗୀଙ୍କ ଏହା ବେଶ ସାହାୟକ ହେବ ବୋଲି ମତ ରଖୁଛି ସଂଘ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ