ଭୁବନେଶ୍ବର: ରାଜ୍ୟରେ ବଡ ଧରଣର ସାଇବର ଆଟାକ । ହ୍ୟାକରଙ୍କ କବଜାରେ 50ରୁ ଉର୍ଦ୍ଧ୍ବ ପ୍ରମୁଖ ୱେବସାଇଟ । ଓଏଏସ ଆସୋସିଏସନ, ହିନ୍ଦୋଳ କଲେଜ, ସାଲେପୁର କଲେଜର ୱେବସାଇଟକୁ ହ୍ୟାକ କରାଯାଇଛି । ମ୍ୟାଡ ଟାଇଗର ନାଁରେ ଏସବୁ ୱେବାସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର ।
ସୂଚନା ମୁତାବକ, ଘରୋଇ ସଂସ୍ଥା ଓ କମ୍ପାନୀ ଗୁଡିକୁ ହ୍ୟାକର ଟାର୍ଗେଟ କରିଛନ୍ତି । ୱେବସାଇଟ ଖୋଲିଲେ ଲେଖୁଛି ହ୍ୟାକ୍ଡ ବାଏ ମ୍ୟାଡ ଟାଇଗର । ଏସମସ୍ତ ୱେବସାଇଟରେ ସମ୍ପୃକ୍ତ ସଂସ୍ଥାଗୁଡିକର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ଯାହାର ଅପବ୍ୟବହାର ହେବାର ସମ୍ଭାବନା ବେଶ ଅଧିକ । ଏହା ରାଜ୍ୟର ସବୁଠୁ ବଡ ସାଇବର ଆଟାକ ବୋଲି କୁହାଯାଉଛି ।
କିଏ ଏହି ମ୍ୟାଡ ଟାଇଗର । କାହିଁକି ଏସମସ୍ତ ୱେବସାଇଟକୁ ହ୍ୟାକ କରାଯାଇଛି । କ'ଣ ରହିଛି ହ୍ୟାକରଙ୍କ ପ୍ରକୃତ ଉଦ୍ଦେଶ୍ୟ । ଏନେଇ ଛାନଭିନ କରୁଛି ପୋଲିସ । ଖୁବଶୀଘ୍ର ଅପରାଧିଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ