ETV Bharat / state

ଆସୁଛି ନିର୍ବାଚନ, ଚାଲିଛି କମିଶନରେଟ ପୋଲିସର ଧରପଗଡ - କମିଶନରେଟ ପୋଲିସ

ଚାଲୁଛି ଅପରେସନ, ଧରା ପଡୁଛନ୍ତି ଅପରାଧି । ମଦ କାରବାରଠାରୁ ଆରମ୍ଭ କରି ବେଆଇନ ବନ୍ଧୁକ ଚାଲାଣ ଓ ରୋଡ ବ୍ଲକିଂ ଏବଂ ଚେକିଂ ମଧ୍ୟ ଜାରି ରଖିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 12, 2019, 11:30 PM IST

ଭୁବନେଶ୍ବର: ଚାଲୁଛି ଅପରେସନ, ଧରା ପଡୁଛନ୍ତି ଅପରାଧି । ମଦ କାରବାରଠାରୁ ଆରମ୍ଭ କରି ବେଆଇନ ବନ୍ଧୁକ ଚାଲାଣ ଓ ରୋଡ ବ୍ଲକିଂ ଏବଂ ଚେକିଂ ମଧ୍ୟ ଜାରି ରଖିଛି କମିଶନରେଟ ପୋଲିସ । ତେବେ ନିର୍ବାଚନବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେ ନେଇ ପେସାଦାର ଅପରାଧୀ ଓ ଏନବିଡବ୍ଲୁ ଜାରି ହୋଇଥିବା ଅପରାଧୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଛି କମିଶନରେଟ୍‌ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଗତ ମାସେ ଧରି ପୋଲିସର ଧରପଗଡ ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦଫା ୧୧୦ ଅନୁଯାୟୀ ଅର୍ଥାତ ପେସାଦାର ଅପରାଧୀ ଭାବେ ୪୨ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ସେହିପରି ଚେକିଂ ବେଳେ ୨୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରବ୍ଦ ପାଇଁ ଆରଟିଓକୁ ପ୍ରସ୍ତାବ ଦେଇଛି ପୋଲିସ । ଏଥିସହ ନିଶା ଦ୍ରବ୍ୟ କାରବାର ନେଇ ୨୦୮ ଜଣଙ୍କୁ ଗିରଫ କରିଥିବା ବେଳେ ବେଆଇନ ବନ୍ଧୁକ କାରବାର ମାମଲାରେ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ତେବେ ଗତ ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ପେଶାଲ ଅପରେସନରେ ୧୧ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ଅପରାଧୀଙ୍କୁ ଗିରଫ କରି ଏବେ ବି ଅପରେସନ ଜାରି ରଖିଛି କମିଶନରେଟ ପୋଲିସ । ଅନ୍ୟପଟେ ନିର୍ବାଚନ ସମୟରେ ନୋଟ କାରବାର, ବେଆଇନ ବନ୍ଧୁକ ଓ ନିଶା କାରବାର ତଥା ପେସାଦାର ଅପରାଧୀ ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି ପ୍ରକାଶ କରିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ 'ତୁ ମୋର ଇସ୍କ' । ଆଞ୍ଚଲ ଫିଲ୍ମ ବ୍ୟାନର ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟିର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଫିଲ୍ମରେ ଦର୍ଶକ ଏଥର ଦେଖିବାକୁ ପାଇବେ ଅଭିନେତା ମୋହନ ଓ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରେଶ ଯୋଡି । 

ଖାଲି ନାୟକ, ନାୟିକା ନୁହେଁ ବରଂ ଫିଲ୍ମରେ ମୁଖ୍ୟ ଖଳନାୟକ ଭାବରେ ନଜର ଆସିବେ ଅଭିନେତା କାଳୁ । ଏହାଛଡା ଫିଲ୍ମରେ ଅଭିନେତା ଅଶ୍ରୁମୋଚନ, ବିଜୁ ବଡ଼ଜେନା, ରାଜା ,ଦିବ୍ୟ, ରବି ମିଶ୍ର, କୁସୁମ ମିଶ୍ର,ରବି ମିଶ୍ର,ଜୀବନ ପଣ୍ଡା ମଧ୍ୟ ଆଜି ନଜର ଆସିବେ । 

ପପୁ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଚିତ୍ତରଞ୍ଜନ ରାଉତ ଋତୁପର୍ଣ୍ଣ। ,ଓ ସନ୍ତୋଷ ମହାନ୍ତି । ଆଉ କାହାଣୀ ରଚନା କରିଛନ୍ତି ସସ୍ମିତା ରାଉତ। ତେବେ ଆଜି ଏହି ଫିଲ୍ମର ଶୁଭ ମହୁରତ ହୋଇଥିବା ବେଳେ ଖୁବ ଶୀଘ୍ର ଏହା  ରିଲିଜ ହେବ ବୋଲି ଫିଲ୍ମର କଳାକାରମାନେ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.