ଭୁବନେଶ୍ବର: ଆଜିଠୁ 7 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ସରିବା ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା 11 ତାରିଖରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ ନେଇ କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରରେ ବାକି ପଡିଥିବା ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଆଲୋଚନା କରିବା ସହ15ରେ ନିତି ଆୟୋଗ ପରିଷଦ ବୈଠକରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ସ୍ବତନ୍ତ୍ର ରାଜ୍ୟା ପାହ୍ୟ, ବାତ୍ୟା ମୁକାବିଲା ସହ ଫୋନି କ୍ଷୟକ୍ଷତିର ବାବଦରେ ରାଜ୍ୟ କରିଥିବା ଦାବି ଉପରେ ଆଲୋଚନା କରାଯିବ । ଏଥିସହ କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲଟି ସଂଶୋଧନ ଆଦି ସ୍ମାରକପତ୍ର ଜରିଆରେ ଦାବି ଜଣାଇପାରନ୍ତି ନବୀନ ।
ସେପଟେ, ଉପବାଚସ୍ପତି ଚୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ଚର୍ଚ୍ଚା ଲାଗିରହିଥଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପଦ ମିଳିବା ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ ଏନଡିଏର ସହଯୋଗୀ ଶିବସେନାଙ୍କ ନାମ ମଧ୍ୟ ଉଠାଯାଉଛି । ତେବେ ବିଜେପି ଶିବସେନାକୁ ବିରୋଧ କରୁଥିବା ବେଳେ ବିଜେଡି ସାଂସଦଙ୍କୁ ନେଇ ଉଭୟ ଆଲୋଚନା ହୋଇପାରବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ