ETV Bharat / state

ରାଜଧାନୀରେ ନବୀନଙ୍କ ରୋଡ ସୋ

ରାଜଧାନୀରେ ହାଇଟେକ ବସ ରେ ନବୀନଙ୍କ ପ୍ରଚାର। ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ; ଗୁରୁବାର ଏକାମ୍ର ନିର୍ବାଚନ ମଣ୍ଡଳୀରେ ରୋଡ ସୋ କରିବା ଅବସରରେ ସାଧାରଣ ଜନତାଙ୍କୁ ଏହା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author img

By

Published : Apr 19, 2019, 7:45 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ହାଇଟେକ ବସ ରେ ନବୀନଙ୍କ ପ୍ରଚାର। ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ କହି ପ୍ରଚାର ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। ଗୁରୁବାର ଏକାମ୍ର ନିର୍ବାଚନ ମଣ୍ଡଳୀର ହାଇଟେକ ବସରେ ରୋଡ ସୋ କରିବା ଅବସରରେ ସାଧାରଣ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏକାମ୍ର ନିର୍ବାଚନ ମଣ୍ଡଳୀ, ସୁନ୍ଦରପଦା ଠାରୁ ଆରମ୍ଭ କରି ଜାଗମରା ଛକ, ଆଇଟିଆର ଛକ,ଷ୍ଟେବର୍ଟ ସ୍କୁଲ ଛକ, ସିଆରପି ଛକ, ଏକାମ୍ର କାନନ ,ସଲିଆ ସାହି,ଜାଭିଅର ଛକ ତଥା ଉତ୍ତର ନିର୍ବାଚନ ମଣ୍ଡଳୀର ପଟିଆ,ରଘୁନାଥପୁର ନନ୍ଦନ କାନନ ଯାଏଁ ନିର୍ବାଚନୀ ପ୍ରଚାର କରିଥିଲେ ନବୀନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଚାର ସମୟରେ ନବୀନଙ୍କ ନାମ ଜପି ତାଙ୍କୁ ଜିତେଇବା ପାଇଁ କହିଛନ୍ତି ବସ୍ତି ବାସିନ୍ଦା । ନବୀନ ଆମର ଆମେ ନବୀନର,ଗରିବ ମାନଙ୍କର ସେ ଭଗବାନ ଓ ମୋଦି କୁଆଡୁ ଆସିଛି ବୋଲି ନୂଆସାହି ବସ୍ତି ମହିଳା ସମର୍ଥକ କହିଛନ୍ତି। ମୋଦିଙ୍କୁ ଭୋଟ ଦେଲେ କଣ ହେବ ବୋଲି ପ୍ରଶ୍ନ କରିବା ସହ ନବୀନ ଜିତିଲେ ସାହାଯ୍ୟ କରିବେ ବୋଲି ମହିଳା ସମର୍ଥକ କହିଛନ୍ତି ।

ନବୀନ ବାବୁଙ୍କର ଆଦର୍ଶରେ ଆମେ ଅନୁପ୍ରାଣିତ। 'ନବୀନ ମୋ ପରିବାର; ଶଙ୍ଖ ମୋ ଚିହ୍ନ' । ନବୀନଙ୍କ ସଙ୍ଗେ କେହି ସରି ହେବେନି କହିଛନ୍ତି ଛାତ୍ର ନେତା ଆଦିତ୍ୟ ସାମଲ । ରାଜଧାନୀରେ ଛାତ୍ର ସଂସଦରୁ ବହୁ ପିଲାଏ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖିବା ପାଇଁ ଆସିଛନ୍ତି ବୋଲି ନିତେଶ କାମଲ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅନ୍ୟପଟେ ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ। ବିଭିନ୍ନ ରାଜନୈତିକ ଦଳର ହେଭିୱେଟ୍‌ମାନେ ହାଇ ଭୋଲଟେଡଜ୍‌ ପ୍ରଚାର, ରୋଡ୍‌ ସୋ, ସାଧାରଣ ସଭାରେ ଭୋଟରଙ୍କୁ ମନର କଥା କହି ଭୋଟ ଭିକ୍ଷା କରୁଛନ୍ତି । ଏହି କ୍ରମରେ ପ୍ରଥମକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ୩ ଟି ନିର୍ବାଚନ ମଣ୍ଡଳୀରେ କଡା ସୁରକ୍ଷା ବଳୟରେ ହାଇଟେକ ବସରେ ପ୍ରଚାର କରିଥିଲେ। ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ନବୀନଙ୍କୁ ସ୍ବଗତ ଜଣାଇଛନ୍ତି। ନବୀନ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ପାଇଁ ପ୍ରଚାର କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

Intro:Body:

ସରିଲା ଦ୍ବିତୀୟ ପର୍ଯ୍ୟାୟ: ବଙ୍ଗରେ ସର୍ବାଧିକ, ଜମ୍ମୁ କଶ୍ମୀରରେ ସର୍ବାନିମ୍ନ ମତଦାନ

ହାଇଦ୍ରାବାଦ: 2019 ମହାସମର ପାଇଁ ସରିଲା ଦ୍ବିତୀୟ ପର୍ଯ୍ୟାୟ ଟକ୍କର । 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛନ୍ତି । ଓଡିଶା ସମେତ ଆସାମ, ବିହାର, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଦେଇଛନ୍ତି ଭୋଟ । ସକାଳ 7ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହୋଇଛି ଭୋଟିଂ ।   

ତେବେ ସନ୍ଧ୍ୟା 5ଟା ସୁଦ୍ଧା ପଶ୍ଚିମବଙ୍ଗର ଜଲପାଇଗୁଡିରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ଏଠାରେ 82.76 ପ୍ରତିଶତ ଭୋଟିଂ ହୋଇଥିବାବେଳେ ରାୟଗଞ୍ଜରେ 73.31 ଓ ଦାର୍ଜିଲିଂରେ 64.31 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେପଟେ ଜମ୍ମୁ କଶ୍ମୀରରେ ସର୍ବନିମ୍ନ ଭୋଟିଂ ହୋଇଛି । ବିଭିନ୍ନ ରାଜ୍ୟର ମତଦାନକୁ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । 

ଓଡିଶା:     64%

ଆସାମ:    73.32 %

ବିହାର:      58.14 %

ଛତିଶଗଡ:  68.70%

କର୍ଣ୍ଣାଟକ:    61.80%

ମହାରାଷ୍ଟ୍ର:   55.37%

ମଣିପୁର:      74.69%

ତାମିଲନାଡୁ:   61.52%

ପଶ୍ଚିମବଙ୍ଗ:     75.27%

ପୁଡୁଚେରୀ:      72.40%

ଜମ୍ମୁ କଶ୍ମୀର:  43.37%

ଉତ୍ତର ପ୍ରଦେଶ: 58.12%

ଦ୍ବିତୀୟ ପର୍ଯ୍ୟାୟରେ 95 ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି 1600 ପ୍ରାର୍ଥୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, କଂଗ୍ରେସର ବରିଷ୍ଠ ନେତା ବିରପ୍ପା ମୋଇଲି, ବିଜେପିର ହେମା ମାଳିନୀ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁହ୍ଲାଙ୍କ ପରି ହେଭୀୱେଟ ଦ୍ବିତୀୟ ପର୍ଯ୍ୟାୟରେ ଅଗ୍ନି ପରୀକ୍ଷା ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆହୁରି 5ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି । ଆଗାମୀ ମେ 23ରେ ହେବ ଭୋଟଗଣତି ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.