ETV Bharat / state

ଦାୟିତ୍ବ ବୋଝରେ ମନ୍ତ୍ରୀଙ୍କୁ ପ୍ରକୋଷ୍ଠ ଦେବାକୁ ଭୁଲିଗଲେ ନବୀନ

ପଞ୍ଚମ ଥର ପାଇଁ ଶାସନ ଗାଦିକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ସରକାରରେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ନେତାଙ୍କୁ ଏଥର ସ୍କାନରରେ ରଖିବେ ମୁଖ୍ୟମନ୍ତ୍ରୀ । କିନ୍ତୁ ଦାୟିତ୍ବ ତୁଲାଇବା ପାଇଁ ମନ୍ତ୍ରୀଙ୍କୁ ମିଳିନି ପ୍ରକୋଷ୍ଠ ।

author img

By

Published : Jun 6, 2019, 10:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପଞ୍ଚମ ଥର ପାଇଁ ଶାସନ ଗାଦିକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ସରକାରରେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ନେତାଙ୍କୁ ଏଥର ସ୍କାନରରେ ରଖିବେ ମୁଖ୍ୟମନ୍ତ୍ରୀ । ଏନେଇ ପ୍ରତିମାସ 7 ତାରିଖରେ ରିପୋର୍ଟ କାର୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହେଲେ ଏଯାଏଁ ନୂଆ ମନ୍ତ୍ରୀମାନଙ୍କୁ ମିଳିପାରି ନାହିଁ ନିର୍ଦ୍ଧିଷ୍ଟ ପ୍ରକୋଷ୍ଠ । ଫଳରେ କିଏ ଗେଷ୍ଟ ହାଉସରେ ତ କିଏ ନିଜ ବାସଭବନରେ ଚଳାଇଛି ସରକାରୀ କାମ । ଅନ୍ୟପଟେ ପୂର୍ବରୁ ବର୍ଷକୁ ଥରେ ରିପୋର୍ଟ ତଲବ ହେଇଥିବା ବେଳେ ଏବେ ମାସକୁ ଥରେ ନିଜ ବିଭାଗର ରିପୋର୍ଟ ଦେବେ ମନ୍ତ୍ରୀ । ହେଲେ ବଢୁଥିବା କାର୍ଯ୍ୟଭାର ଆଗରେ ବାକି ରହିଯାଇଛି ପ୍ରକୋଷ୍ଠ ବ୍ୟବସ୍ଥା ।

ଏନେଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି କି ଅଫିସର ଆଭ୍ୟନ୍ତରୀଣ କାମ ଚାଲିଛି । ତେଣୁ ଗୋଟିଏ କିମ୍ବା ଦୁଇ ଦିନ ଭିତରେ ଅଫିସ ଆଲର୍ଟ ହୋଇଯିବ । ତେଣେ ବିନା ଅଫିସରେ ବି କାମ ଚାଲିଛି, କୌଣସି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ହକି ମ୍ୟାଚ ଥିବାରୁ ରିଭ୍ୟୁ ମିଟିଂ ବି ସରିଛି । ଏଥିସହ 7 ତାରିଖ ସୁଦ୍ଧା ରିପୋର୍ଟ କାର୍ଡ ପ୍ରସ୍ତୁତ ହେବା ନେଇ ସେ ସବୁଜ ସଙ୍କେତ ଦେଖାଇଛନ୍ତି । ପ୍ରକାଶ କି ତୁଷାରକାନ୍ତି ବର୍ତ୍ତମାନ ଗେଷ୍ଟ ହାଉସରେ ନିଜ କାର୍ଯ୍ୟ ତୁଲାଉଛନ୍ତି । ସେପଟେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ସମୀର ରଞ୍ଜନ ଦାସ କହିଛନ୍ତି କି, ନିଜ କ୍ଵାର୍ଟରରେ କାମ କରିବାରେ କୈଣସି ଅସୁବିଧା ହେଉନାହିଁ । ଏଥିସହ ମାସକ ମଧ୍ୟରେ ଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.