ETV Bharat / state

ଟିକେଟ୍‌ ବଣ୍ଟାକୁ ନେଇ ଅସନ୍ତୁଷ୍ଟ କର୍ମୀ, ବିଜେପି କାର୍ଯ୍ୟାଳୟରେ ଧସେଇ ପଶିଲେ

author img

By

Published : Mar 26, 2019, 2:44 PM IST

Updated : Mar 26, 2019, 4:01 PM IST

ଟିକେଟ୍‌ ବଣ୍ଟାକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ଅସନ୍ତୁଷ୍ଟ କର୍ମୀ। ଜୟଦେବ ନିର୍ବାଚନମଣ୍ଡଳୀରେ ନରେନ୍ଦ୍ର ନାୟକଙ୍କୁ ଟିକେଟ୍ ଦିଆଯିବାକୁ କର୍ମୀ ବିରୋଧ କରିଛନ୍ତି । ବସନ୍ତ ନାୟକଙ୍କୁ ଟିକେଟ୍ ଦେବାକୁ ଏମାନେ ଦାବି କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ଆସନ ପାଇଁ ଟିକେଟ୍‌ ଘୋଷଣା ହେବା ପରେ ଦଳୀୟ କନ୍ଦଳ ତେଜିବାରେ ଲାଗିଛି । ବିଭିନ୍ନ ଦଳରେ ଟିକେଟ୍‌ ବଣ୍ଟାକୁ ନେଇ ଦେଖାଦେଇଛି ଅସନ୍ତୋଷ । କେତେକ ନେତା ଟିକେଟ୍‌ ନପାଇ ଦଳ ଛାଡୁଥିବା ବେଳେ ଆଉ କେତେକ ସ୍ବାଧୀନ ଭାବରେ ଛିଡା ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ତେବେ ଏହି ଟିକେଟ୍‌ ବଣ୍ଟାକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ଅସନ୍ତୁଷ୍ଟ କର୍ମୀ । ଜୟଦେବ ନିର୍ବାଚନ ମଣ୍ଡଳୀରେ ନରେନ୍ଦ୍ର ନାୟକଙ୍କୁ ଟିକେଟ୍ ଦିଆଯିବାକୁ କର୍ମୀ ବିରୋଧ କରିଛନ୍ତି । ବସନ୍ତ ନାୟକଙ୍କୁ ଟିକେଟ୍ ଦେବାକୁ ଏମାନେ ଦାବି କରିଛନ୍ତି । ଯାହା ବିରୋଧରେ ଆଜି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କ ସମର୍ଥକ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ବିକ୍ଷୋଭ କରିଛନ୍ତି ।

ଯଦି ପ୍ରାର୍ଥୀ ପରିବର୍ତ୍ତନ କରାନଯାଏ ତେବେ ପରିଣାମ ଭୋଗିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଟିକେଟ୍ ପାଇଥିବା ନରେନ୍ଦ୍ର ନାୟକ ଦଳ ବାହାରୁ ଆସି ଟିକେଟ୍ ନେଇଯାଇଥିବା କର୍ମୀ ଅଭିଯୋଗ କରିଛନ୍ତି । ଦଳ ପାଇଁ ୩୦ ବର୍ଷ କାମ କରିଥିବା କର୍ମୀଙ୍କୁ ଅବହେଳା କରାଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହାସହ କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଏମାନେ ଉଦ୍ୟମ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ସ୍ଲଗ- ଜାମିବାଡି ବିବାଦରୁ ଭୁଜାଲିରେ ଆକ୍ରମଣ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 25/03/2019
ଆଙ୍କର-ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜମି ବିବାଦକୁ ନେଇ ଭୁଜାଲିରେ ଆକ୍ରମଣ ହୋଇଥିବା ଜଣାପଡିଛି। ଏଥିରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ସୋର ଥାନା ରଘୁନାଥପୁର ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ସ୍ୱାମୀ ସ୍ତ୍ରୀ କୁ ଭୁଜାଳିରେ ଆକ୍ରମଣ କରାଯାଇଛି। ଜମିବାଡ଼ି ଭାଗବଣ୍ଟାକୁ ନେଇ ଯୋଗେନ୍ଦ୍ର ଭୋଇ ଓ ରବୀନ୍ଦ୍ର ମହାପାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ରବୀନ୍ଦ୍ର ମହାପାତ୍ର ଉତକ୍ଷିପ୍ତ ହୋଇ ଭୁଜାଲିରେ ଯୋଗେନ୍ଦ୍ର ଓ ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଆକ୍ରମଣ କରିଥିଲେ। ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗୁରୁତର ଭାବେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସୋର ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ରବିନ୍ଦ୍ରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
Last Updated : Mar 26, 2019, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.