ETV Bharat / state

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି - candidate

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ଯିବେ ରାଜ୍ୟସଭା । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 21, 2019, 7:14 PM IST

Updated : Jun 21, 2019, 8:56 PM IST

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳୀୟ ମୁଖପାତ୍ର ତଥା ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ, ଆଇଏସ ଅଫିସର ତଥା ପୂର୍ବତନ କଟକ ଜିଲ୍ଲାପାଳ ଅଶ୍ବିନୀ ବୈଷ୍ଣବ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଇଲା ବିଜେଡି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରତିକ୍ରିୟା ।

ପୂର୍ବତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବିଜେଡି ଅଶ୍ବିନୀଙ୍କୁ ସମର୍ଥନ କରୁଥିବା ନବୀନ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଘୋଷଣା ପରେ ସେ ଖୁସି ଜାହିର କରିବା ସହ ନବୀନ ପଟ୍ଟନୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦଳର ସଭାପତିଙ୍କ ଆଶୀର୍ବାଦ କ୍ରମେ ମିଳିଥିବା ଦ୍ବାୟିତ୍ବକୁ ନିଷ୍ଠାର ସହ ତୁଲାଇବେ ବୋଲି ସସ୍ମିତ କହିଛନ୍ତି ।

ସେହିପରି ରାଜ୍ୟସଭାକୁ ଗଲେ ଓଡିଶାର ଦାବିକୁ କେନ୍ଦ୍ର ପାଖରେ ପହଞ୍ଚାଇବେ ବୋଲି ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, କଳା ରେ ୨ ଓ ବାଣିଜ୍ୟରେ ୪ କଲେଜରେ ଫଳ ଶୂନ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ। କେଉଁ କଲେଜ ରେ ଶତପ୍ରତିଶତ ହୋଇଛି ତ ପୁଣି ଆଉ କେଉଁ କଲେଜରେ ପାସ ହାର ଶୂନ। କଳା ରେ ୨ କଲେଜ ରହିଥିବା ବେଳେ ବାଣିଜ୍ୟରେ ୪ କଲେଜରେ ପାସ ହାର ଶୂନ ହୋଇଛି।୯୦ ପ୍ରତିଶତ ଅଧିକ ରଖିଥିବା ଛାତ୍ରଛାତ୍ରୀ କଳା ରେ ୩ ଜଣ ବାଣିଜ୍ୟରେ ୩୧ ଜଣ। 

ସମସ୍ତ ଅପେକ୍ଷାର ଅନ୍ତ ଘଟିଛି। ଆଜି ଘୋଷଣା ହୋଇଛି ପ୍ଲସ ଟୁ ପରୀକ୍ଷା ଫଳାଫଳ। ବିଜ୍ଞାନ ରେ ୯ ଟି କଲେଜ ରେ ଜିରୋ ପରୀକ୍ଷା ଫଳ ଶୂନ ରହିଥିବା ବେଳେ କଳା ରେ ୨ ଟି କଲେଜ  ଓ ବାଣିଜ୍ୟରେ ୪ ଟି କଲେଜ ରେ ପରୀକ୍ଷା ଫଳ ଶୂନ ରହିଛି। ତେବେ ଚଳିତ ବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ଦ୍ଵାରା ପରୀକ୍ଷା ଫଳାଫଳ ର ରେଜଲ୍ଟ ପାସ ହାର କମ୍ ରହିଥିବା ସୂଚନା ମିଳିଛି।

କଳା ରେ ପାସ ହାର ୬୫.୮୯ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ରହିଛି ପାସ ହାର। କଳା ରେ ମୋଟ ପରୀକ୍ଷା ଦେଇଥିଲେ ୨ଲକ୍ଷ ୩୧ହଜାର ୧୫୦ ଛତ୍ରଛତ୍ରି ୧ଲକ୍ଷ ୫୨ ହଜାର ୩୨୩ ଜଣ ଛତ୍ର ଛାତ୍ରୀ ପାସ ହୋଇଛନ୍ତି। ବାଣିଜ୍ୟରେ ମୋଟ ପରୀକ୍ଷା ଦେଇଥିଲେ ୨୬ହଜାର ୪୯୪ ଜଣ ସେଥି ମଧ୍ୟରୁ ୧୮ ହଜାର ୪୨୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।
କଳା ରେ ୫୭ ହଜାର ୪୪୨ ଜଣ ଛାତ୍ର ଓ ୯୪ହଜାର ୮୮୧ ଜଣ ଛାତ୍ରୀ ପାସ ହୋଇଛନ୍ତି।

କଳା ରେ ପ୍ରଥମ ଶ୍ରେଣୀରେ ୧୮ ହଜାର ୭୭୩ ଛତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୨୨ ହଜାର ୯୪୪ ଓ ତୃତୀୟ ଶ୍ରେଣୀରେ ୧୧ହଜାର ୪୫୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ସେହିଭଳି ଭାବରେବାଣିଜ୍ୟରେ ମୋଟ ୭୦.୨୬ ପ୍ରତିଶତ ରହିଛି। 
ସର୍ବାଧିକ ପାସ ହାରରେ ବାଲେଶ୍ଵର ସର୍ବାଧିକ ୭୫.୬୭ ପ୍ରତିଶତ ରହିଥିବା ବେଳେ ନବରଙ୍ଗପୁର ରେ ସର୍ବନିମ୍ନ ୪୭.୪୬ ପ୍ରତିଶତ ପିଲା ପାସ କରିଛନ୍ତି।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର କମିଛି। ଉଭୟ କଳା ଓ ବାଣିଜ୍ୟ ବିଭାଗରେ କମିଛି ପାସ ହାର। କାହିଁକି ପାସ ହର କମିଛି ତାହାର ତର୍ଜମା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। 

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର କମିଲା ।ଉଭୟ କଳା ଓ ବାଣିଜ୍ୟ ବିଭାଗରେ କମିଛି ପାସ ହାର । କାହିଁକି ପାସ ହାର କମିଲା ତାହାର ତର୍ଜମା କରାଯିବ : ଗଣଶିକ୍ଷା ମନ୍ତ୍ରୀ। ଭୁବନେଶ୍ୱର ଗୀତଗୋବିନ୍ଦ ସଦନର ପ୍ରକାଶ ପାଇଛି ପ୍ଲସ ଟୁ କଳା ବାଣୀଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Byte visual send mojo

Last Updated : Jun 21, 2019, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.