ETV Bharat / state

'ମୁଖ୍ୟମନ୍ତ୍ରୀ ଏବଂ ତାଙ୍କଦଳ ପରମ୍ପରାଗତ ଠକ'

author img

By

Published : Feb 14, 2019, 11:26 AM IST

କୋଷ୍ଟାଲ ହାଇୱେକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି। ବିଜେଡିକୁ କାଉଣ୍ଟର କରିଛି ଭାରତୀୟ ଜନତା ପାର୍ଟି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: କୋଷ୍ଟାଲ ହାଇୱେକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି। ବିଜେଡିକୁ କାଉଣ୍ଟର କରିଛି ଭାରତୀୟ ଜନତା ପାର୍ଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡିକୁ ପରମ୍ପରାଗତ ଠକ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ବୁଧବାର ଗୋଲକ କହିଥିଲେ, କେନ୍ଦ୍ର କାମ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ହେଲେ ରାଜ୍ୟ ଏହାକୁ ଅନୁମତି ଦେଉନାହିଁ। ରାଜ୍ୟ ସରକାର ନିଜର ଭୁଲକୁ ନମାନି ଚିରାଚରିତ ଭାବରେ ଅନ୍ୟ ଉପରେ ଦୋଷ ଲାଦୁଛନ୍ତି। ବିଜେଡି ସରକାର ଓଡିଶାର ବିକାଶ ଚାହେଁନାହିଁ। କାହିଁକି ନା ଓଡିଶାର ବିକାଶ ହେଲେ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚାଲିଯିବାର ଭୟ ବିଜୁ ଜନତା ଦଳକୁ ଘାରିଥିବା ଗୋଲକ ମହାପାତ୍ର କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
undefined

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି କେନ୍ଦ୍ର ଉପରେ ଦୋଷ ଲଦିଥିଲା। ଦଳ କହିଥିଲା, ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଭୁବନେଶ୍ୱର-ପୁରୀ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ୨୦୧୧ରୁ ଆରମ୍ଭ ହୋଇ ୨୦୧୫ରେ ଶେଷ ହୋଇଛି। ଏହି ରାସ୍ତା ୬୭.୨ କିଲୋମିଟର ପରିବ୍ୟାପ୍ତ ବୋଲି ଘୋଷଣା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଗଡକରୀ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଭାବେ ଘୋଷଣା କରି ଖୁବଶୀଘ୍ର ଏହାର ଉନ୍ନତିକରଣ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ପୁରୀ ଠାରୁ ଭୁବନେଶ୍ୱର ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ୬୭.୨ କିମି ରାସ୍ତା ଆଜି ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନଥିବା କହିଥିଲେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.