ETV Bharat / state

ବୁଝିଛନ୍ତି ସରୋଜ, ବୁଝିନି ସମାଜ: ଚେହେରା ନୁହେଁ, ପ୍ରେମ ପାଇଁ ଦରକାର ହୃଦୟ - love

କାହାଣୀ ପ୍ରକୃତ ପ୍ରେମର । ନାୟକ ସରୋଜ, ନାୟିକା ପ୍ରମୋଦିନୀ । ଖଳନାୟକ ସମାଜ । ଆଉ ଶେଷରେ ଜିତାପଟ ହୋଇଛି ପ୍ରେମର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Feb 14, 2019, 5:02 PM IST

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
ଭୁବନେଶ୍ୱର: 14 ଫେବୃୟାରୀ ଭାଲେଣ୍ଟାଇନ ଡେ । ପ୍ରେମ ପାଇଁ ସମର୍ପିତ ଦିନଟିଏ । ଏଥିପାଇଁ ଚାଲେ ଗୋଟିଏ ସପ୍ତାହର ସେଲିବ୍ରେସନ । ମତୁଆଲ ହୁଅନ୍ତି ଯୁବପିଢି । ରୋଜ ଡେ ରେ ଗୋଲାପ ଦିଅନ୍ତି । ପୁଣି ପ୍ରୋମିଶ ଡେ ରେ ପ୍ରତିଶ୍ରୁତି ଦିଅନ୍ତି ।
undefined

ପ୍ରେମକୁ ନେଇ ରହିଛି ଅନେକ ଅକୁହା କଥା ଓ କାହାଣୀ । ବଡ ପରଦାରୁ ଯାତ୍ର ଜଗତ । ସବୁଠି ଝଲସି ଉଠେ ହିରୋ ହିରୋଇନଙ୍କ ପ୍ରେମ କାହାଣୀ । ହେଲେ ଏହା କେବଳ ରିଲରେ ଦେଖାଦିଏ । ଆଜିର ଯୁବପିଢି କେବଳ ସେଲିବ୍ରେସନ ନାମରେ ଏହା ପାଳନ୍ତି । କିନ୍ତୁ ପ୍ରକୃତ ପ୍ରେମ ମାନେ ନାହିଁ କିଛି ବାଧା ଓ ବିଘ୍ନ । ଆଉ ସେମିତି ଏକ କାହାଣୀର ନାୟକ ଓ ନାୟିକା ହେଉଛନ୍ତି ସରୋଜ ଏବଂ ପ୍ରମୋଦିନୀ ।

ସରୋଜ ବୁଝିଛନ୍ତି ପ୍ରକୃତ ପ୍ରେମର ଅର୍ଥ । ଜାଣିଛନ୍ତି ପ୍ରେମ ପାଇଁ ଚେହେରା ନୁହେଁ ଦରକାର ଏକ ସୁନ୍ଦର ହୃଦୟଟିଏ । କଥା ନୁହେଁ ସାଥୀ ପାଇଁ ଲୋଡା ସାହାରା । ସେଥିପାଇଁ ନିଜର ଜୀବନ ସାଥୀ ରୂପେ ବାଛିଛନ୍ତି ଏସିଡ ଆଟାକ ଝିଅ ପ୍ରମୋଦିନୀକୁ । ଏକତରଫା ପ୍ରେମ ନେଇଥିଲା ପ୍ରମୋଦିନୀଙ୍କ ଜୀବନର ସମସ୍ତ ଖୁସି ।

2009ରେ ହୋଇଥିବା ଏସିଡ ମାଡରେ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ଭାଙ୍ଗି ଯାଇଥିଲା ମନ । ସମାଜ ଆଗରେ ମୁହଁ ଦେଖାଇପାରିନଥିଲେ । ହେଲେ ସେହି ବିକୃତ ଚେହେରା ତଳେ ଦୁଇଟି ସୁନ୍ଦର ଆଖି ଦେଖିଥିଲେ ସରୋଜ । ପ୍ରଥମେ ବନ୍ଧୁ ହୋଇ ସେବା କଲେ । ପରେ ସାଥୀ ହୋଇ ସାତ ଜନ୍ମର ସାଥ ଦେଲେ । 2018 ଭାଲେଣ୍ଟାଇନ ଡେ ରେ ହିଁ ନିର୍ବନ୍ଧ କରିଛନ୍ତି । ଆଉ 2020 ସେହି ଭାଲେଣ୍ଟାଇନ ଡେ ରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

undefined

ଏବେ ସେମାନେ ଏକାଠି ଭୁବନେଶ୍ୱରର ଏକ ଭଡା ଘରେ ରହିଛନ୍ତି । କାମ କରିବା ସହ ସରୋଜ ନିଜ ପ୍ରେମ ତଥା ପ୍ରମୋଦିନୀଙ୍କର ଉତ୍ତମ ଚିକିତ୍ସା ପାଇଁ ଚେଷ୍ଟା ଚଲାଇଛନ୍ତି । ପ୍ରେମ ତ ସମସ୍ତେ କରନ୍ତି । ହେଲେ ପ୍ରମୋଦିନୀ ଭଳି ଝିଅକୁ ନିଜର ଜୀବନ ସାଥୀ ଭାବେ ବାଛିବାର ସାହାସ ବୋଧହୁଏ ଏଦୁନିଆର ଆଉ କୋଉ ସରୋଜ ପାଖରେ ନାହିଁ । ଆଜିର ଯୁବପିଢି ପାଇଁ ଉଦାହରଣ ପାଲଟିଛନ୍ତି ସରୋଜ । ଦେଖାଇଛନ୍ତି ପ୍ରକୃତ ପ୍ରେମର କରାମତି ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

AP Video Delivery Log - 0600 GMT News
Thursday, 14 February, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0556: US WA Measles Outbreak AP Clients Only 4196034
US measles outbreak raises vaccination awareness
AP-APTN-0553: Archive Airbus A380 Part must onscreen credit "Emirates" 4196033
Airbus to stop making A380 superjumbo in 2021
AP-APTN-0553: Philippines Journalist 2 AP Clients Only 4196032
Ressa posts bail, condemns 'abuse of power'
AP-APTN-0552: Philippines Journalist AP Clients Only 4196031
Journalist Ressa arrives to post bail in Manila
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.