ଭୁବନେଶ୍ବର: ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଗୋଟିଏ ପଟେ ବୈଜୟନ୍ତଙ୍କ ସାମିଲକୁ ନେଇ ବିଜେପିରେ ନିର୍ବାଚନୀ ଅଙ୍କ କଷା ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଙ୍କ ଏନେଇ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ସୋମବାର ଏକ ପ୍ରେସମିଟ୍ରେ ବିଜେପି ନିଜ ନିର୍ବାଚନୀ ଇସ୍ତାହାରକୁ ପାଳନ କରୁନଥିବା ଅଭିଯୋଗ କରିଥିଲା ବିଜେଡି । ଏହା ସହ ବିଜେପି ସରକାରକୁ ଜୁମଲା କହି ବୈଜୟନ୍ତଙ୍କ ମିଶ୍ରଣକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜେଡି ମୁଖପାତ୍ର ଅରୁଣ ସାହୁ । ତାଙ୍କ କହିବା ଅନୁଯାୟୀ ବୈଜୟନ୍ତଙ୍କ ବ୍ୟକ୍ତିଗତ ନିଷ୍ପତି ସ୍ବାଗତ ଯୋଗ୍ୟ । କିନ୍ତୁ ବିଜେପିରେ ତାଙ୍କ ଯୋଗଦାନ ବିଜେଡିକୁ ପ୍ରଭାବିତ କରିବ ନାହିଁ ଏବଂ ତାଙ୍କ ନିଷ୍ପତି କେତେ ଯଥାର୍ଥ ତାହା ଆଗାମୀ ସମୟ ହିଁ କହିବ ।
ଅନ୍ୟପଟେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତାଙ୍କ କହିବା ଅନୁଯାୟୀ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ କଂଗ୍ରେସକୁ କୌଣସି ମତେ ପ୍ରଭାବିତ କରିବ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ