ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତି ପାଇଛନ୍ତି ଅଜିତ ସିଂ । ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ ସିଂଙ୍କୁ ଶନିବାର ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଛନ୍ତି । ଏନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ ପୂର୍ବରୁ ସରକାର ମାର୍ଚ୍ଚ 31 ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କରିବା ନେଇ ଘୋଷଣା କରିଥିଲେ । ଏଥିସହ ଏପ୍ରିଲ 8ରୁ ଏହା କାର୍ଯ୍ୟ ସମ୍ପାଦନ କରିବ ବୋଲି ସୁପ୍ରିମକୋର୍ଟଙ୍କୁ ମୁଖ୍ୟ ଶାସନ ସଚିବ ଜଣାଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ