ETV Bharat / state

ସ୍ବାବଲମ୍ବୀ ହେବେ ମହିଳା, ଚିଲିକା ବ୍ଲକକୁ ଧୂପକାଠି ମେସିନ ଦେଲା ଓରମାସ - ITC

ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓର୍‌ମାସ୍‌) ଜରିଆରେ ଆଇଟିସି ପକ୍ଷରୁ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୂଳ ଗାଁରେ ଧୂପକାଠି ମେସିନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ । ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jun 21, 2019, 9:23 PM IST

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓର୍‌ମାସ୍‌) ପକ୍ଷରୁ ସ୍ଥାନୀୟ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୂଳ ଗାଁରେ ଧୂପକାଠି ମେସିନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନି ଆଇ.ଟି.ସି ପକ୍ଷରୁ, ବଡ଼କୂଳର ଭାଗ୍ୟଲକ୍ଷ୍ମୀ ଅଗରବତୀ ଉତ୍ପାଦକ ଗୋଷ୍ଠୀକୁ ଏହି ୧୦ଟି ଧୂପକାଠି ତିଆରି ମେସିନ ପ୍ରଦାନ କରାଯାଇଛି । ଏହି ଅବସରରେ ବଡ଼କୂଳ କ୍ଲବ ଘର ନିକଟରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସଭାରେ ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇଏଏସ୍‌ ସ୍ମୃତିରଞ୍ଜନ ପ୍ରଧାନ ଓରମାସ୍‌ର ଡେପୁଟି ଡାଇରେକ୍ଟର ସୁଜୟ କର ଏବଂ ଆଇ.ଟି.ସି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେବ ଓର୍‌ମାସ୍‌ ଏବଂ କମ୍ପାନୀର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ନାରୀମାନେ ଆତ୍ମନିର୍ଭରଶୀଳ ଓ ଆତ୍ମସମ୍ମାନର ସହ ବଞ୍ଚିବା ଦିଗରେ ଏହା ସହାୟକ ହେବ ବୋଲି କହିଛନ୍ତି ।

ଏହି ଅଭିଯାନ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସ୍ଥିତିରେ କିଭଳି ଉନ୍ନତି ଆଣିପାରିବ ସେ ଦିଗରେ ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଧାନ ବକ୍ତବ୍ୟ ରଖିବା ସହ ଓର୍‌ମାସ୍‌ ଏ ଦିଗରେ ସବୁବେଳେ ସହଯୋଗର ହାତ ବଢ଼ାଇବ ବୋଲି ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଯୋଗଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.