ETV Bharat / state

ମାସେ ପରେ ଆସିଲା 'ଫନି' କ୍ଷୟକ୍ଷତି ରିପୋର୍ଟ - src

ସାମୁଦ୍ରିକ ଝଡ 'ଫନି' ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଏକ ମାସ ପରେ ପ୍ରସ୍ତୁତ ହୋଇଛି। ଏହାଯୋଗୁଁ ଏହାଯୋଗୁଁ ରାଜ୍ୟର ପ୍ରାୟ 25 ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଆକଳନ କରାଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Jun 6, 2019, 1:00 PM IST

Updated : Jun 6, 2019, 2:57 PM IST

ଭୁବନେଶ୍ବର: ମାସେ ପରେ ପ୍ରସ୍ତୁତ ହୋଇଛି ସାମୁଦ୍ରିକ ଝଡ 'ଫନି' ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଏହାଯୋଗୁଁ ରାଜ୍ୟର ପ୍ରାୟ 25 ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଆକଳନ କରାଯାଇଛି । ଏହା ପୂର୍ବରୁ 11 ହଜାର କୋଟିର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି । ତେବେ କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରିବା ନେଇ ଓଡିଶା ଗସ୍ତରେ ଆସିଥିବା ବେଳେ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ସଦ୍ୟ ପ୍ରସ୍ତୁତ ହୋଇଥିବା ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ରକୁ ପଠାଯିବ। ଅନ୍ତର୍ଜାତୀୟ ସ୍ତରର ଏଜେନ୍ସି, ନୋଡାଲ ଅଫିସର ଏବଂ ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ଏହି ସାମୁଦ୍ରିକ ଝଡ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ନେଇ ଜଣାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ।

ଗତ ମେ 3 ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଏବଂ ମଧ୍ୟ ଓଡିଶାରେ ତାଣ୍ଡବ ରଚିଥିଲା ସାମୁଦ୍ରିକ ଝଡ 'ଫନି' । ଯାହାର ପ୍ରଭାବରେ ରାଜ୍ୟରେ ବ୍ୟାପକ ପରିମାଣର କ୍ଷକ୍ଷକ୍ଷତି ହେବା ସହ ଅନେକ ଲୋକ ବାସହରା ହୋଇ ଯାଇଥିଲେ । ଏହାର ପ୍ରଭାବରେ 50ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା । 'ଫନି' ମାଡରେ ଘାଇଲା ହୋଇଯାଇଥିଲା ଶ୍ରୀକ୍ଷେତ୍ରଧାମ ପୁରୀ ଏବଂ ରାଜଧାନୀ ଭୁବନେଶ୍ବର । ଏହା ଯୋଗୁଁ ପରିବହନ ଏବଂ ବିଦ୍ୟୁତସେବା ବାଧାପ୍ରାପ୍ତ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଫନି କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟପ୍ରସ୍ତୁତ ହୋଇଛି। ପାଖାପାଖି25 ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଆଜି ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭା କରିବା ପରେ କେନ୍ଦ୍ରକୁ ପଠାଯିବ ରିପୋର୍ଟ। ପୂର୍ବରୁ 11 ହଜାର କୋଟି ଟଙ୍କାର ପ୍ରାଥମିକ ରିପୋର୍ଟ ଦିଆଯାଇଛି। କେନ୍ଦ୍ରୀୟ ଟିମ ଆସି ଆକଳନ କରିବା ବେଳେ ଏହି ରିପୋର୍ଟ ଦିଆଯାଇଥିଲା। ଅନ୍ତର୍ଜାତୀୟ ସ୍ତରର ଏଜେନ୍ସି ଓ ନୋଡାଲ ଅଫିସର, ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏନେଇ ସୂଚନ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Body:ହଂ

Conclusion:
Last Updated : Jun 6, 2019, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.