ଭୁବନେଶ୍ବର: ବାହାରିଲା ବିଜ୍ଞପ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଆସନ୍ତା 9 ଯାଏଁ ପ୍ରାର୍ଥିପତ୍ର ଦାଖଲ ହେବ । ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର,ବାଲେଶ୍ବର, ଭଦ୍ରକ ଓ ଯାଜପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ 42 ବିଧାନସଭା ଆସନରେ ନିର୍ବାଚନ ହେବ ।
ଏପ୍ରିଲ ୧୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।