ETV Bharat / state

ଫନି ଗଲା ପରେ ସ୍ମାର୍ଟସିଟିରେ ଜଳସଙ୍କଟ - pond

ବାତ୍ୟା ଫନି ପରେ ପାଣିପାଇଁ ଡହଳ ବିକଳ ରାଜଧାନୀବାସୀ । ମୁନ୍ଦାଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 5, 2019, 4:03 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରଳୟ ରଚିଛି ବାତ୍ୟା 'ଫନି' । ରାଜଧାନୀ ସମେତ ଓଡ଼ିଶାର ଅନେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସେବା ଏକ ପ୍ରକାର ଠପ ହୋଇପଡ଼ିଥିବା ବେଳେ ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କେଉଁଠି କେମିତି ସପ୍ଲାଇ ପାଣି ଆସୁଥିବା ବେଳେ ଅନେକ ସ୍ଥାନରେ ପାଣି ଠୋପେ ସାତ ସପନ ପାଲଟିଛି । ଲୋକମାନେ ପାଣି ଟିକେ ପିଇବା ପାଇଁ ଡହଳବିକଳ ହେଉଥିବା ବେଳେ ନିତ୍ୟବ୍ୟବହାର କାର୍ଯ୍ୟ ଗାଧୋଇବା ଏବଂ ଲୁଗାପଟା ସଫା କରିବା ପାଇଁ ନିଜ ନିଜ ଅଞ୍ଚଳରେ ଥିବା ପୋଖରୀ ମାନଙ୍କରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀରେ ଶହ ଶହ ସଂଖ୍ୟକ ଲୋକ ଭିଡ଼ ଜମାଉଛନ୍ତି । ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ଛୁଆ ଓ ବୃଦ୍ଧ ବୃଦ୍ଧା ମାନେ ପାଣି ଟିକେ ପାଇ ଆନନ୍ଦରେ ଜଳକ୍ରୀଡା କରୁଥିବା ଦେଖାଯାଇଛି।

ବାତ୍ୟା ପରଠାରୁ ଅନେକ ଲୋକ ଗାଧୋଇ ନ ଥିବାବେଳେ ଆଜି ଏଠାରେ ଗାଧୋଇ ବହୁତ ଖୁସି ଲାଗୁଥିବା କହିଛନ୍ତି । ସରକାର ଯଥାଶୀଘ୍ର ବିଜୁଳି ସଂଯୋଗ ବ୍ୟବସ୍ଥା କରିବା ସହିତ ସବୁ ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ଗତ 3 ତାରିଖରେ ଓଡ଼ିଶାରେ ପ୍ରଳୟ ରଚିଛି ବାତ୍ୟା ଫୋନି।ଏହା ଯୋଗୁଁ ରାଜଧାନୀ ସମେତ ଓଡ଼ିଶାର ଅନେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।ବିଜୁଳି ପାଣି ଭଳି ଅତ୍ୟାବଶ୍ୟକ ସେବା ଏକ ପ୍ରକାର ଅଚଳ ହୋଇ ପଡ଼ିଥିବା ବେଳେ ଲୋକମାନେ ପାଣି ଟିକେ ପାଇବା ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି।
କେଉଁଠି କେମିତି ସପ୍ଲାଇ ପାଣି ଆସୁଥିବା ବେଳେ ଅନେକ ସ୍ଥାନରେ ଏହା ମିଳୁନଥିବା ଲୋକମାନେ କହିଛନ୍ତି।ଲୋକମାନେ ପାଣିଟିକେ ପିଇବା ପାଇଁ ହାଇଁ ପାଇଁ ହେଉଥିବା ବେଳେ ନିତ୍ୟବ୍ୟବହାର କାର୍ଯ୍ୟ ଗାଧୋଇବା,ପାଇଖାନା ଯିବା ଏବଂ ଲୁଗାପଟା ସଫା କରିବା ପାଇଁ ବି  ନିଜ ନିଜ ଅଞ୍ଚଳରେ ଥିବା ପୋଖରୀମାନଙ୍କରେ ଭିଡ ଜମାଉଥିବା ଦେଖାଯାଇଛି।ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀରେ ଶହ ଶହ ସଂଖ୍ୟକ ଲୋକ ଭିଡ଼ ଜମାଉଛନ୍ତି।ପୁରୁଷ,ମହିଳାଙ୍କ ଠାରୁ ଆରମ୍ଭ କରି ଛୁଆ ଓ ବୁଢାମାନେ ପାଣି ଟିକେ ପାଇ ଆନନ୍ଦରେ ଜଳକ୍ରୀଡା କରୁଥିବା ଦେଖାଯାଇଛି।ବାତ୍ୟା ପରଠାରୁ ଅନେକ ଲୋକ ଗାଧୋଇ ନ ଥିବାବେଳେ ଆଜି ଏଠାରେ ଗାଧୋଇ ବହୁତ ଖୁସି ଲାଗୁଥିବା କହିଛନ୍ତି।ସରକାର ଯଥାଶୀଘ୍ର ବିଜୁଳି ସଂଯୋଗ ବ୍ୟବସ୍ଥା କରିବା ସହିତ ସବୁ ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
Laxmikanta Das
Bhubaneswar
Visual already sent by WhatsApp
2 bytes
Special 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.