ETV Bharat / state

ସରିଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ, 275ରୁ 231 କାଏମ - ନାମାଙ୍କନ

ସୋମବାର ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ମଙ୍ଗଳବାର ସମସ୍ତ ନାମାଙ୍କନ ଯାଞ୍ଚ ହେବା ପରେ 275ରୁ କାଏମ ରହିଛି ମୋଟ 231ଟି ନାମାଙ୍କନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 26, 2019, 9:26 PM IST

ଭୁବନେଶ୍ବର: ସୋମବାର ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ କାଏମ ରହିଛି ମୋଟ ୨୦୩ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର । ସେହିପରି ଲୋକସଭା ପାଇଁ କାଏମ ହୋଇଛି ୨୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ।

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲରେ ମୋଟ 275 ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ 245 ବିଧାନସଭା ଓ 30 ଜଣ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଆସନ୍ତା 28 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଥିବାବେଳେ 11ଏପ୍ରିଲ୍‌ରେ ଭୋଟ ଗ୍ରହଣ କରାଯିବ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ସେବା ପାଇଁ ମିଳିଲା ସମ୍ମାନ,
ପୁରସ୍କୃତ କଲେ ପୋଲିସ କମିସନ

କଥାରେ ଅଛି ମାନବ ସେବା ହି ମାଧବ ସେବା,ଆଉ କର୍ମ ହି ଭଗବାନ। ସେଇଭଳି ନିଜ କର୍ମରେ ଥାଇ ମାନବ ସେବା ର ମାନବିକତା ଦେଖାଇ ପୁରସ୍କୃତ ହୋଇଛନ୍ତି ଦୁଇଜଣ ଟ୍ରାଫିକ କନଷ୍ଟେବଳ। ପୋଲିସ କମିସନରଙ୍କ କାର୍ଯାଳୟରେ ନବକିଶୋର ବେହେରା  ଓ ସିତେନ୍ଦ୍ର ଦାସ ଦୁଇଜଣ ଟ୍ରାଫିକ କର୍ମଚାରିଙ୍କୁ ପୋଲିସ କମିସନର ସେମାନଙ୍କର କାର୍ଯ ପାଇଁ ସମ୍ମାନିତ କରିବା ସହ ପୁରସ୍କୃତ କରିଛନ୍ତି। 
ତେବେ ଗତ ମାର୍ଚ ୧ ତାରିଖରେ ୟୁନିଟ ୪ ସ୍ଥିତ ହାଉସିଂ ବୋର୍ଡ ନିକଟ ଟ୍ରାଫିକ ସିଗନାଲରେ ଜଣେ ବୃଦ୍ଧ ମହିଳା ଯେ କି ଚାଲିବା ପାଇଁ ବାଡିର ଶାହାର ନେଇ ପାର ହେଉଥିଲେ। ହେଲେ ଅନେକ ସମୟ ଧରି ଅପେକ୍ଷା କରି ପାର ହୋଇପାରୁନଥିଲେ। ହେଲେ ସେହି ସମୟରେ ଉପସ୍ଥିତ ଥିବା ଟ୍ରାଫିକ କର୍ମଚାରି ନବକିଶୋର ତାଙ୍କୁ ରାସ୍ତା ପାର କରାଇଥିଲେ। ସେହିପରି ଗତ ମାର୍ଚ ୪ ତାରିଖରେ ରାଜ ମହଲ ଛକ ନିକଟରେ ବ୍ଯସ୍ତ ବହୁଳ ଟ୍ରାଫିକ ଭିତରେ ଫସିଯାଇଥିବା ଆଉ ଜଣେ ବୃଦ୍ଧାଙ୍କୁ ମଧ୍ଯ ସେବାର ହାତ ବଢାଇ ରାସ୍ତାପାର କରିବାର ସହଯୋଗ କରିଥିବାରୁ ସିତେନ୍ଦ୍ର ଦାସ ଙ୍କୁ ସମ୍ମାନିତ କରି ଏଇ ଭଳି ସେବାର ମନୋଭାବ ନେଇ କାମ କରିବାକୁ ସମ୍ମାନିତ କରିଛନ୍ତି ପୋଲିସ କମିସନର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.