ETV Bharat / state

ଜିଲ୍ଲା ପରିଷଦର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ଝାଡିଲେ ସାଂସଦ

author img

By ETV Bharat Odisha Team

Published : Sep 9, 2023, 11:42 AM IST

Updated : Sep 9, 2023, 2:05 PM IST

ବୌଦ୍ଧ ଜିଲ୍ଲା ପରିଷଦର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ । ପରିଷଦରେ ବ୍ୟାପକ ସମସ୍ୟା ତଥା ଅବ୍ୟବସ୍ଥାକୁ ନେଇ କନ୍ଧମାଳ ସାଂସଦ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା । ଅଧିକ ପଢନ୍ତୁ

zilla parishad meeting
zilla parishad meeting
zilla parishad meeting

ବୌଦ୍ଧ: ବ୍ୟାପକ ସମସ୍ୟା ତଥା ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲା ପରିଷଦର କାର୍ଯ୍ୟଶୈଳୀ । ଜିଲ୍ଲା ପରିଷଦର ବିଭିନ୍ନ ସମସ୍ୟାକୁ ନେଇଗତକାଲି ଜିଲ୍ଲା ପରିଷଦ ବୈଠକରେ କନ୍ଧମାଳ ସାଂସଦ, ମନ୍ତ୍ରୀ ଓ ସମସ୍ତ ସଦସ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ସହିତ ପ୍ରଶାସନିକ ଅଧିକାରୀଙ୍କୁ ଖୁବ ସମାଲୋଚନା କରିଥିଲେ । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଜିଲ୍ଲା ପରିଷଦ ବୈଠକରେ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଖୁବ୍ ବର୍ଷିଛନ୍ତି କନ୍ଧମାଳ ସାଂସଦ । ନଅ ଗୋଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ ବୌଦ୍ଧ ଜିଲ୍ଲା ପରିଷଦର ଗତକାଲି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା ତଥା ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ପରିଷଦର କୌଣସି ସଦସ୍ୟଙ୍କୁ ଆଲୋଚନାର ବିଷୟବସ୍ତୁ ସଂପର୍କରେ ପୂର୍ବରୁ ଆଦୌ ଅବଗତ କରାଯାଇ ନ ଥିଲା । ଫଳରେ ବୈଠକରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏପରିକି ଖୋଦ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ସମସ୍ତ ସଦସ୍ୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏନେଇ କଡ଼ା ନିନ୍ଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ

ବୌଦ୍ଧ ଜିଲ୍ଲାର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ବୈଠକରେ ହୋଇଥିଲା । ଜିଲ୍ଲାର ଅନେକ ସ୍ଥାନରେ ଅଙ୍ଗନବାଡ଼ି ଗୃହକୁ ନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟମାନେ ମେଗା ପାନୀୟଜଳ ଓ ମେଗା ଜଳସେଚନ ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ ଭାବରେ ଜିଲ୍ଲା ପରିଷଦର ବୈଠକକୁ ଉପଯୁକ୍ତ ଭାବରେ ପରିଚାଳନା କରାଯାଉ ନ ଥିବାରୁ ଏନେଇ ସାଂସଦଙ୍କ ସମେତ ସମସ୍ତ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଜିଲ୍ଲା ପରିଷଦ ସଭ୍ୟଙ୍କ ମତାମତ କିମ୍ବା ପରାମର୍ଶ ଆଦୌ ଗ୍ରହଣ କରାଯାଉନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 9, 2023, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.