ETV Bharat / state

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ; ବୌଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ସୋମବାର ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୋରୋନା ଭଳି ବିପତ୍ତି ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିକ୍ଷୋଭ । ଏହା ସହ ବିଦ୍ୟୁତ ଦର ହ୍ରାସ କରିବା ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 29, 2020, 7:37 AM IST

Youth Congress protests against hike electricity bill
ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ବୌଦ୍ଧ ଯୁବ କଂଗ୍ରେସର ବିକ୍ଷୋଭ

ବୌଦ୍ଧ: ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବୌଦ୍ଧ ଯୁବ କଂଗ୍ରେସ । ସୋମବାର ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୋରୋନା ଭଳି ବିପତ୍ତି ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ ସହ ଏନେଇ ରାଜ୍ୟ ସରକାର ଓ ବିଦ୍ୟୁତ ନିୟାମକଙ୍କୁ ଟାର୍ଗେଟ କରାଯାଇଛି ।

ରାଜ୍ୟର ବିଭିନ୍ନ କମ୍ପାନୀ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବା ବେଳେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ସହ ଲଢୁଥିବା ସାଧାରଣ ଲୋକଙ୍କ ଉପରେ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି ।

ଏ ନେଇ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ କରିବାକୁ ଦାବି କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.