ETV Bharat / state

ବୌଦ୍ଧରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଖେଳ ମହୋତ୍ସବ ଉଦଘାଟିତ, ଉତ୍ସାହିତ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Nov 29, 2023, 1:40 PM IST

ବୌଦ୍ଧ କଲେଜରେ କ୍ରୀଡା ମହୋତ୍ସବ ଉଦଘାଟନ । ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କ୍ରୀଡା ମହୋତ୍ସବରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

sports competition
sports competition
sports competition

ବୌଦ୍ଧ: ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ତଥା ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏନେଇ ବୌଦ୍ଧ କଲେଜରେ କ୍ରୀଡ଼ା ମହୋତ୍ସବ ଉଦଘାଟନ ହୋଇଯାଇଛି । ତେବେ ଯୁବ ବର୍ଗଙ୍କ ମଧ୍ୟରେ କ୍ରୀଡ଼ା ଓ କଳା ସଂସ୍କୃତି ପ୍ରତି ଅଧିକ ଆକର୍ଷିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କ୍ରୀଡ଼ା ମହୋତ୍ସବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ, ବ୍ୟାଡମିଣ୍ଟନ, ଭଲିବଲ ସମେତ ସମସ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ତେବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, କଳା ଓ ସାମାଜିକ ଦକ୍ଷତା ବୃଦ୍ଧିପାଇଁ ଏଭଳି ଯୋଜନା ସରକାର କରିଥିବା ବେଳେ ଏହା ଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆତ୍ମନିର୍ଭରତା ମଧ୍ୟ ବୃଦ୍ଧି ପାଇପାରିବ ବୋଲି ମତ ପ୍ରକାଶ ପାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ନିକଟସ୍ଥ ଷ୍ଟାଡିୟମରେ ଛାତ୍ରଛାତ୍ରୀ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ ।

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ଏକ ସ୍ବତନ୍ତ୍ର ସଚେତନତା ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ମଙ୍ଗଳବାର ଏହାର ଶୁଭାଶୁଭ ହୋଇଥିବା ବେଳେ ପ୍ରଥମ ଦିନରେ ଏହି ସଚେତନତା ରଥ ମୁର୍ଷଣ୍ଢି ଓ ବଢ଼ିଗା ପଞ୍ଚାୟତ ପରିକ୍ରମା କରିଥିବା ସୂଚନା ମିଳିଛି । ସାରା ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ରଥ ପର୍ଯ୍ୟାୟକ୍ରମେ ପରିକ୍ରମା କରିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଫୋକସରେ ଯୁବପିଢି: କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ସମ୍ପୃକ୍ତିକୁ ଗୁରୁତ୍ବ

ଏହା ମଧ୍ୟ ପଢନ୍ତୁ-ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଚମକିଲେ ବଲାଙ୍ଗୀର ଖେଳାଳି, ଲନ୍‌ ବଲରେ ଜିତିଲେ 3 ପଦକ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.