ETV Bharat / state

ଲକଡାଉନ ନିୟମ ଖିଲାପକାରୀଙ୍କୁ ଦଣ୍ଡ ଦେବାକୁ ରାସ୍ତାରେ ବୁଲିଲେ ଯମରାଜା

ଲକଡାଉନ ନିୟମ ଖିଲାପକାରୀଙ୍କ ବିରୋଧରେ ଯମରାଜାଙ୍କ କାର୍ଯ୍ୟାନୁଷ୍ଠାନ । ନିୟମ ଖିଲାପକାରୀଙ୍କୁ ଅର୍ଥ ଦଣ୍ଡ ଓ ବସଉଠ କରାଇଥିଲେ ଏହି କଳାକାର ରୂପୀ ଯମରାଜ । ଅଧିକ ପଢନ୍ତୁ...

author img

By

Published : Apr 16, 2020, 1:22 PM IST

Updated : Apr 16, 2020, 2:04 PM IST

ଲକଡାଉନ ନିୟମ ଖିଲାପକାରୀଙ୍କୁ ଦଣ୍ଡ ଦେବାକୁ ରାସ୍ତାରେ ବୁଲିଲେ ଯମରାଜା
ଲକଡାଉନ ନିୟମ ଖିଲାପକାରୀଙ୍କୁ ଦଣ୍ଡ ଦେବାକୁ ରାସ୍ତାରେ ବୁଲିଲେ ଯମରାଜା

ବୌଦ୍ଧ: ଲକଡାଉନ ନିୟମ ଖିଲାପକାରୀଙ୍କୁ ସାବାଡ କରିବାକୁ ସହରର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ଯମରାଜା ଓ ତାଙ୍କ ପାରିଷଦ ବର୍ଗ । ନିଜେ ସ୍ବଛ ରହିବା ସହ ସାମାଜିକ ଦୂରତା ବଜାୟ ନରଖିଲେ ପରିସ୍ଥିତି ଭୟାବହ ହେବ ବୋଲି ଯମରାଜା ଚେତାବନୀ ଦେଇଥିଲେ । ସେପଟେ ମହିଳାମାନେ ମଧ୍ୟ ଘରେ ରହି ନିଜ ପରିବାର ଓ ସମାଜର ମଙ୍ଗଳ ପାଇଁ ଆଧ୍ୟାତ୍ମିକତା ମାର୍ଗ ଆପଣେଇବାକୁ ଆହ୍ବାନ ଦିଆଯାଇଛି ।

ବୌଦ୍ଧ ସହରର ବିଭିନ୍ନ ଦୋକାନ, ବଜାର, ବ୍ୟାଙ୍କ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ପହଞ୍ଚିଥିଲେ ଯମରାଜା ଓ ତାଙ୍କ ପାରିଷଦ ବର୍ଗ । ସ୍ବଛତା ଓ ସାମାଜିକ ଦୂରତା ବଜାୟ ନରଖିଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେବା ସହିତ କେତେକ ନିୟମ ଖିଲାପକାରୀଙ୍କୁ ଅର୍ଥ ଦଣ୍ଡ ଓ ବସଉଠ କରାଇଥିଲେ ଏହି କଳାକାର ରୂପୀ ଯମରାଜା ।

କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପିଭି ରଘୁନାଥ ରାଓ, ସିଡିଏମଓ ଲକ୍ଷ୍ମୀ ଧର ସାହୁ, ଡିଏଫଓ ଯଶୋବନ୍ତ ସେଠୀ, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର ସାହୁ ପ୍ରମୁଖ ଯୋଗଦେଇ ଲୋକଙ୍କୁ ସଚେତନ ରହିବାକୁ ଅନୁରୋଧ କରିଥିଲେ । ସେହିପରି ମାରଓ୍ବାଡି ସମ୍ପ୍ରଦାୟର ମହିଳାମାନେ ସ୍ବତନ୍ତ୍ର ଭାବେ ନିଜ ଘରେ ରହି ମାନବ ସମାଜର କଲ୍ୟାଣ ନିମନ୍ତେ ଦୀପ ପ୍ରଜ୍ବଳନ ତଥା ପୂଜାର୍ଚ୍ଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 16, 2020, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.