ETV Bharat / state

ତଳଗାଁ ଜଙ୍ଗଲରୁ ଶ୍ରୀକ୍ଷେତ୍ର ପୁରୀ ପାଇଁ ବାହାରିଲା ରଥକାଠ

author img

By

Published : Apr 20, 2021, 10:02 AM IST

ବୌଦ୍ଧ ତଳଗାଁ ଜଙ୍ଗଲରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି ରଥକାଠ । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ 31 ଖଣ୍ଡ ଅସନ କାଠକୁ ପଠାଯାଇଥିବା ସୂଚନା ମିଳିଛି । ସୋମବାର ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରୁ ଏହି ରଥକାଠ ପଠାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପୁରୀ ପାଇଁ ବାହାରିଲା ରଥକାଠ
ପୁରୀ ପାଇଁ ବାହାରିଲା ରଥକାଠ

ବୌଦ୍ଧ: ଆସନ୍ତା ପୁରୀ ରଥଯାତ୍ରା ପାଇଁ ନିର୍ମାଣ ହେବ ରଥ । ଏଥିପାଇଁ ବୌଦ୍ଧ ତଳଗାଁ ଜଙ୍ଗଲରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି ରଥକାଠ । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ 31 ଖଣ୍ଡ ଅସନ କାଠକୁ ପଠାଯାଇଥିବା ସୂଚନା ମିଳିଛି । ସୋମବାର ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରୁ ଏହି ରଥକାଠ ପଠାଯାଇଥିବା ଜଣାପଡିଛି ।

ତଳଗାଁ ଜଙ୍ଗଲରୁ ବାହାରିଲା ରଥକାଠ

ତଳଗାଁ ସେକ୍ସନର ହାତୀଧରା ସଂରକ୍ଷିତ ଜଙ୍ଗଲରୁ କୋଡିଏ ଫୁଟିଆ ଦଶଟି ଓ ଦଶ ଫୁଟିଆ 21 ଗୋଟି ଅସନ କାଠ ଗଣ୍ଡିକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଛି । ପରେ ଏହାକୁ ଏକ ଟ୍ରକ ଯୋଗେଁ ପୁରୀ ଅଭିମୁଖେ ପଠାଯାଇଛି । ତଳଗାଁ ଜଙ୍ଗଲ କର୍ମଚାରୀ ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ପ୍ରଧାନ ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ପବିତ୍ର କାର୍ଯ୍ୟ ସମ୍ପାଦନ ହୋଇଛି ।

ବୌଦ୍ଧ ଜଙ୍ଗଲ ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ସଫଳ ହୋଇଥିବାବେଳେ ବିଗତ ଅନେକ ବର୍ଷ ହେଲା ବୌଦ୍ଧର ବିଭିନ୍ନ ଜଙ୍ଗଲରୁ ରଥକାଠ ଯୋଗାଇ ଦିଆଯାଉଛି । ସୋମବାର ପୁରୀକୁ ରଥକାଠ ଯିବା ପରେ ଶ୍ରଦ୍ଧାଳୁଙ୍କ ଗହଣରେ ବେଶ ଉତ୍ସାହ ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.