ETV Bharat / state

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ଶୌଚ ହେବାକୁ ଯିବା ହେଲା କାଳ । ସାପ କାମୁଡାରେ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।

author img

By

Published : Oct 3, 2019, 11:27 PM IST

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ବୌଦ୍ଧ: ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ରାମଗଡ ପଞ୍ଚାୟତ ଅନ୍ତର୍ଗତ ପରଗଳପୁର ଗାଁରେ । ମୃତକ ହେଲେ ସଙ୍ଗୀତା ମହାକୁଡ ।

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ସୂଚନା ଅନୁଯାୟୀ, ଘରେ ଶୌଚାଳୟ ନଥିବାରୁ ସଙ୍ଗୀତା ଗାଁ ନିକଟସ୍ଥ ହୁଡାକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୌଦ୍ଧ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପରିବେଶକୁ ଖୋଲାରେ ଶୌଚମୁକ୍ତ କରିବା ପାଇଁ ସରକାର ଡିଣ୍ଡିମ ପିଟି ଚାଲିଛନ୍ତି । ଏପରିକି ପ୍ରତି ଘରେ ଘରେ ସରକାରଙ୍କ ତରଫରୁ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଉଛି । ହେଲେ ଘରେ ଶୌଚାଳୟ ନଥିବା ଅକାଳରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଘରେ ଘରେ ଶୌଚାଳୟ ନିର୍ମାଣ କରିବା ଯୋଜନା ପ୍ରକୃତରେ କାହା ପାଇଁ ?

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସରକାରୀ ବ୍ୟବସ୍ଥା ର ଆଉ ଏକ ନଗ୍ନ ଚିତ୍ର ସାମନାକୁ ଆସିଲା ।ମଳମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ବୋର୍ଡ ମରାଯାଇଥିବା ଘଟଣା ସମ୍ପର୍କରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଈଟିଭି ଭାରତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ପହଞ୍ଚି ଥିଲା ।ଆଉ ଏସମ୍ପର୍କରେ ଗତ ୨୯ ତାରିଖରେ ଈଟିଭି ଭାରତ ରେ ସରକାରୀ ଯୋଜନାର ରିଆଲିଟି ଚେକ ଶିର୍ଷକ ଏକ ଖବର ପ୍ରକାଶ ହୋଇଥିଲା ।ସେତେବେଳେ ଶୁଣନ୍ତୁ ବିଭାଗୀୟ ଅଧିକାରୀ କଣ କହିଥିଲେ ।
ଗୁରୁବାର ଦିନ ଗୋଟିଏ ପରିବାରର ଲାଟିନ ନଥିବାରୁ ଏକ ଦୁର୍ମୂଲ୍ୟ ଜୀବନ ହାନି ହୋଇଛି ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ରାମଗଡ ପଞ୍ଚାୟତର ପରଗଳପୁର ଗ୍ରାମର ସଂଗୀତା ମହାକୁକ(୨୫) ନିଜ ଘରେ ପାଇଖାନା ନଥିବାରୁ ଗାଁ ନିକଟସ୍ଥ ଏକ ହୁଡାକୁ ଶୌଚ ପାଇଁ ଯାଇଥିଲା ବେଳେ ଏକ ବିଷଧର ସର୍ପାଘାତ ର ଶିକାର ହୋଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ରେ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।କିନ୍ତୁ ଗୋଟିଏ ପରିବାରକୁ ପାଇଖାନା ଦିଆ ନଯାଇ ଗାଁ କୁ ବାହ୍ୟ ମଳମୁକ୍ତ ଗ୍ରାମ କେଉଁ ପରିସ୍ଥିତିରେ ଘୋଷଣା କରାଯାଉଛି ସଂଗୀତା ଙ୍କ ମୃତ୍ୟୁ ତାର ଏକ ଉଦାହରଣ ହୋଇପାରେ ।ବୌଦ୍ଧ ଜିଲ୍ଲାର ଅନେକ ଗ୍ରାମରେ ଆଜିଯାଏ ପାଇଖାନା ଯୋଗାଯାଇ ନଥିବା ବେଳେ କିଭଳି ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Body:ଘରେ ପାଇଖାନା ନଥିବାରୁ ବାହାରକୁ ଶୌଚ ଯାଇ ସର୍ପାଘାତରେ ଯୁବତୀ ମୃତ ।

Conclusion:ବାଇଟ-୧-ଅଶ୍ବସ୍ଥମା ମହାକୁଡ଼, ମୃତକ ଙ୍କ ଭାଇ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.