ETV Bharat / state

ସମୀକ୍ଷାର 24 ଘଣ୍ଟା ନପୁରୁଣୁ ପୁଣି ଘାଣ୍ଟୁଛି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା - ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ 5T ସଚିବଙ୍କ ଗସ୍ତ

ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ। ହେଲେ ଗସ୍ତର 24 ଘଣ୍ଟା ନପୁରୁଣୁ ଏହି ଡାକ୍ତରଖାନାରେ ମୁଣ୍ଡ ଟେକିଛି ଅନେକ ଅସୁବିଧା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 12, 2019, 2:45 PM IST

Updated : Oct 12, 2019, 2:52 PM IST

ବୌଦ୍ଧ: ରାଜ୍ୟରେ ଜୋରସୋରରେ ଚାଲିଛି ସ୍ବାସ୍ଥ୍ୟ ସୁବିଧାର ଯାଞ୍ଚ ପ୍ରକ୍ରିୟା । 5T ସଚିବ ଭିକେ ପାଣ୍ଡିଆନ କରୁଛନ୍ତି ବିଭିନ୍ନ ଜିଲ୍ଲା ଡାକ୍ତରଖାନା ଗସ୍ତ । ଏହି ଗସ୍ତ ମଧ୍ୟରେ ରହିଥିଲା ଶୁକ୍ରବାରର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗସ୍ତ । ଏହି ଗସ୍ତରେ ସବୁ କିଛି ଠିକଠାକ ଥିବା ଦର୍ଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ହେଲେ ଗସ୍ତର 24 ଘଣ୍ଟା ନପୁରୁଣୁ ଏହି ଡାକ୍ତରଖାନାରେ ମୁଣ୍ଡ ଟେକିଛି ଅନେକ ଅସୁବିଧା ।

5T ସଚିବଙ୍କ ଗସ୍ତ ସମୟରେ ଡାକ୍ତରଖାନାରେ ରଙ୍ଗ ବୋଳାଯାଇ ଫୁଲକୁଣ୍ଡ ଆଦି ସଜାଯାଇ ପରିବେଶକୁ ଗୋଟିଏ ଦିନ ପାଇଁ ହେଉ ପଛେ ସ୍ବଚ୍ଛ ରଖାଯାଇଥିଲା । ଏପରିକି ଡାକ୍ତରଖାନା ବାହାରେ ଥିବା ପାଥୋଲାବ ଓ କ୍ଲିନିକଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । କିନ୍ତୁ ଶୁକ୍ରବାର ଦିନ ଓ ଶନିବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପୁଣି ତଳ ବାରଣ୍ଡାରେ ନବଜାତ ଶିଶୁ ଓ ପ୍ରସୂତୀ ଗଡୁଥିବା ଦେଖିବାକୁ ମିଳିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କୌଣସି ରୋଗ ନିରୂପଣ ପରୀକ୍ଷା ବାହାରେ ନହୋଇ ଡାକ୍ତରଖାନାରେ କରାଯିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଶନିବାର ରକ୍ତ ପରୀକ୍ଷା ନହୋଇପାରି ଅନେକ ରୋଗୀଙ୍କୁ ଫେରାଇ ଦିଆଯାଇଥିଲା । ଫଳରେ ଅନେକ ନିଜ ଭାଗ୍ୟକୁ ଆଦରି ଆସନ୍ତା ସୋମବାର ପର୍ଯ୍ୟନ୍ତ ଏଚଆଇଭି ରକ୍ତ ପରୀକ୍ଷା ପାଇଁ ଅପେକ୍ଷା କରିଛନ୍ତି ।

ଏନେଇ ଇଟିଭି ଭାରତ ପକ୍ଷରୁ ଏଡିଏମଓଙ୍କୁ ଯୋଗାଯୋଗ କରିବାରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ଛୁଟି ଥିବାରୁ ଏଭଳି ଅସୁବିଧାକୁ ସେ ସ୍ବୀକାର କରିଥିଲେ । ଏପଟେ ଯଦି ବାହାରେ ଲ୍ୟାବ ଓ ଡାକ୍ତରଖାନାରେ ଲ୍ୟାବ ବନ୍ଦ ରହିବ, ତେବେ ଜରୁରୀ ରୋଗୀଙ୍କ ରକ୍ତ ପରୀକ୍ଷା ହେବ କିପରି ବୋଲି ପ୍ରଶ୍ନ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମୁଖ୍ୟ ଶାସନ ସଚିବଙ୍କ ଗସ୍ତର ଚବିଶ ଘଣ୍ଟା ନପୁରୁଣୁ ବ୍ୟବସ୍ଥା ଯଥା ପୂର୍ବଂ,ତଥା ପରଂ ।ପୁଣି ଡାକ୍ତରଖାନାରେ ଅବ୍ୟବସ୍ଥା ର ଅଭିଯୋଗ ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗତକାଲି ମୁଖ୍ୟ ଶାସନ ସଚିବ, ଏମଡି ଶାଳିନୀ ପଣ୍ଡିତ ଓ 5T ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଗସ୍ତରେ ଆସିଥିବା ବେଳେ ସବୁକିଛି ଠିକଠାକ ଥିବା ଦର୍ଶାଇବାକୁ କର୍ତ୍ତୃପକ୍ଷ ଯଥାସାଧ୍ୟ ଉଦ୍ୟମ କରିଥିଲେ ।ଡାକ୍ତରଖାନାରେ ରଙ୍ଗ ବୋଳାଯାଇ ଫୁଲକୁଣ୍ଡରେ ଭର୍ତ୍ତି କରାଯାଇ ପରିବେଶ କୁ ଗୋଟିଏ ଦିନ ପାଇଁ ହେଉପଛେ ସ୍ବଛ ରଖାଯାଇଥିଲା ।ଏପରିକି ଡାକ୍ତରଖାନାର ବାହାରେ ଥିବା ପାଥୋଲାବ ଓ କ୍ଲିନକ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।କିନ୍ତୁ ଦେଖନ୍ତୁ ଶନିବାର ସକାଳର ଦୃଶ୍ୟ କୁ ।ପୁଣି ତଳ ବରଣ୍ଡାରେ ନବଜାତ ଶିଶୁ ଓ ପ୍ରସୂତୀ ଗଡୁଛନ୍ତି ।କୌଣସି ରୋଗ ନିରୂପଣ ପରୀକ୍ଷା ବାହାରେ ନହୋଇ ଡାକ୍ତରଖାନାରେ କରାଯିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଆଜି ରକ୍ତ ପରୀକ୍ଷା ନହୋଇ ପାରି ଅନେକ ରୋଗୀ ଙ୍କୁ ଫେରାଇ ନିଆଯାଇଛି ।ଅନେକ ନିଜ ଭାଗ୍ୟ କୁ ଆଦରି ଆସନ୍ତା ସୋମବାର ପର୍ଯ୍ୟନ୍ତ ଏଚ ଆଇଭି ରକ୍ତ ପରୀକ୍ଷା ନିମନ୍ତେ ଅପେକ୍ଷା କରିଛନ୍ତି ।ଈଟିଭି ଭାରତ ପକ୍ଷରୁ ଏଡିଏମଓ ଙ୍କୁ ଯୋଗାଯୋଗ କରିବାରୁ ଆଜି ଓ ଆସନ୍ତା କାଲି ଛୁଟି ଥିବାରୁ ଏଭଳି ଅସୁବିଧା କୁ ସ୍ବୀକାର କରିଥିଲେ ।ଏପଟେ ଯଦି ବାହାରେ ଲାବ ବନ୍ଦ ଓ ଡାକ୍ତରଖାନାର ଲାବ ବନ୍ଦ ରହିବ, ତେବେ ଅତି ଜରୁରୀ ରୋଗୀ ଙ୍କ ରକ୍ତ ପରୀକ୍ଷା ହେବ କିପରି ବୋଲି ଏବେ ରୋଗୀଙ୍କ ସମ୍ପର୍କୀୟ ପ୍ରଶ୍ନ ଉଠାଇଛନ୍ତି ।

Body:ମୁଖ୍ୟ ଶାସନ ସଚିବଙ୍କ ବୌଦ୍ଧ ଗସ୍ତର ଚବିଶ ଘଣ୍ଟା ନପୁରୁଣୁ ଡାକ୍ତରଖାନାରେ ପୁଣି ଅବ୍ୟବସ୍ଥା ଅଭିଯୋଗ ।

Conclusion:ବାଇଟ-୧-ଦିଲ୍ଲୀପ ବିଶ୍ବାଳ,ରୋଗୀଙ୍କ ସମ୍ପର୍କୀୟ
ବାଇଟ-୨-ବାଞ୍ଛାନିଧି ଦେହୁରୀ, ରୋଗୀଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Oct 12, 2019, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.