ETV Bharat / state

ବୃଦ୍ଧା ମୈଥିଳୀଙ୍କ କରୁଣ କାହାଣୀ: ଦୌଡି ଦୌଡି ନୟାନ୍ତ, ମିଳୁନି ବିଧବା ଭତ୍ତା - ବୃଦ୍ଧା ମୈଥିଳୀଙ୍କୁ ମିଳୁନି ବଧବା ଭତ୍ତା

ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଜଡାପାଲ ଗ୍ରାମର ଚାରସାହିରେ ପତିହୀନା ମୈଥିଳୀ ସାହୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ମିଳୁନି ବିଧବା ଭତ୍ତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 11, 2019, 3:20 PM IST

ବୌଦ୍ଧ: ନିରାଶ୍ରୟ, ଅସହାୟ ମହିଳାଙ୍କ ପାଖରେ ଅପହଞ୍ଚ ସହାୟତା । କେତେ କେତେ ଯୋଜନା, ହେଲେ ଯୋଜନା କାହା ପାଇଁ ହେଉଛି ? ତୃଣମୂଳ ସ୍ତରରେ ଯୋଜନା ସବୁ ଯନ୍ତ୍ରଣାରେ କିଭଳି ରୂପାୟନ ହୋଇଯାଉଛି, ତାହା ପ୍ରତି କାହାର ନିଘା ନାହିଁ । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଜଡାପାଲ ଗ୍ରାମର ଚାରସାହିରେ ପତିହୀନା ମୈଥିଳୀ ସାହୁଙ୍କ ଦୁଃଖଦ କାହାଣୀ ଯୋଜନା କିଭଳି ପ୍ରହସନ ପାଲଟିଛି ତାହା ଦର୍ଶାଉଛି । ଗୁହାରି କରିବା ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ ଏ ଯାଏଁ ମିଳିନି ବିଧବା ଭତ୍ତା ।

ଚାରସାହିର ରମେଶ ସାହୁ ଓ ତାଙ୍କ ପତ୍ନୀ ମୈଥିଳୀ ସାହୁ । ଘରେ ପୁଅ, ବୋହୂ, ଦୁଇ ଦୁଇଟି ନାତିରେ ସଂସାର ହସଖୁସିରେ ଚଳୁଥିଲା । ହେଲେ ଅଚାନକ ଘରକୁ ମାଡି ବସିଥିଲା ବିପଦ। ପ୍ରାୟ ଆଠବର୍ଷ ତଳେ ପ୍ରଥମେ ମୈଥିଳୀ ସାହୁଙ୍କ ପୁଅ ଓ ପରେ ତିନି ବର୍ଷ ତଳେ ସ୍ବାମୀଙ୍କ ସ୍ବର୍ଗବାସ ହେଲା । ଉଭୟ ଶାଶୁ ବୋହୂ ବୈଧବ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ପେଟର ଜ୍ବାଳା ଓ ଦୁଇ ଛୋଟ ନାତିର ମୁହଁକୁ ଦେଖି ଘରୁ ବାହାରକୁ ଗୋଡ କାଢି ଥିଲେ । ଶାଶୂ, ବୋହୂ ଅନ୍ୟର ଜମିରେ କିଛି କାମଦାମ କରି ପେଟ ପୋଷୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ବୋହୂକୁ ବିଧବା ଭତ୍ତା ତିନି ଶହ ଟଙ୍କା ମିଳୁଛି । ହେଲେ ମୈଥିଳୀଙ୍କୁ ଦୀର୍ଘ ତିନି ବର୍ଷର ଗୁହାରୀ ପରେ ମଧ୍ୟ ବିଧବା ଭତ୍ତା ମିଳିପାରି ନାହିଁ । ସରକାରଙ୍କ ଏତେ ସବୁ ଯୋଜନା ସତ୍ତ୍ବେ ଏପରି କିଭଳି ଗୋଟିଏ ପରିବାର କଲବଲ ହେଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଅତିଶୀଘ୍ର ମୈଥିଳୀଙ୍କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଏକ ଅନିଶ୍ଚିତତା ମଧ୍ୟରେ କାଳକାଟୁଛନ୍ତି ବିଧବା ମହିଳା ।ପ୍ରାୟ ଆଠ ବର୍ଷ ତଳେ ନିଜର ଏକମାତ୍ର ପୁଅ ଆର ପାରିକୁ ଚାଲିଗଲା ।ସ୍ବାମୀ ଦୈନିକ ମୂଲଲାଗି ଯାହା ରୋଜଗାର କରନ୍ତି ସେଥିରେ ଉଭୟଙ୍କ ସହିତ ବିଧବା ବୋହୂ ଓ ଦୁଇ ନାତିର ଭରଣପୋଷଣ ହୁଏ ।ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସ୍ବାମୀ ରମେଶ ମଧ୍ୟ ତିନି ବର୍ଷ ତଳେ ଆରପାରିକୁ ଚାଲିଗଲେ ।ଏବେ ଜୀବନ ଜିବୀକାର ସନ୍ଧାନରେ ଉଭୟ ବିଧବା ଶାଶୁ ବୋହୂ ।
ଏଭଳି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଜଡାପାଲ ଗ୍ରାମର ଚାରସାହିରେ ।ଜମିବାଡ଼ି, ସମ୍ପତ୍ତି କିଛି ନାହିଁ ।ପରଘରେ କିମ୍ବା ଅନ୍ୟର ବିଲରେ ମୂଲ ଲାଗିଲେ ପେଟ ପୁରେ ।ପୁରୁଷ ଶୂନ୍ୟ ହୋଇପଡିଛି ଏକ ଘର ।ସୂଚନା ଅନୁସାରେ ଚାରସାହିର ରମେଶ ସାହୁ ଓ ତାଙ୍କ ପତ୍ନୀ ମୈଥିଳୀ ଙ୍କ ସମୟ ଥିଲା ପୁଅ,ବୋହୂ,ଦୁଇ ଦୁଇଟି ନାତିରେ ଘର ପୂରି ଉଠୁଥିଲା ।କିନ୍ତୁ ଭାଗ୍ୟ ହେଲା ବାମ । ପ୍ରାୟ ଆଠବର୍ଷ ତଳେ ପ୍ରଥମେ ପୁଅ ଓ ପରେ ତିନି ବର୍ଷ ତଳେ ବାପା ଙ୍କ ସ୍ବର୍ଗବାସ ହେଲା ।ଉଭୟ ଶାଶୁ ବୋହୂ ବୈଧବ୍ୟ ଯନ୍ତ୍ରଣା ରେ ଛଟପଟ ହୋଇ ମଧ୍ୟ ପେଟର ଜ୍ବାଳା ଓ ଦୁଇ ଛୋଟ ନାତିର ମୁହଁ କୁ ଦେଖି ଘରୁ ବାହାରକୁ ଗୋଡ କାଢିଲେ ।କିନ୍ତୁ ସହରାଞ୍ଚଳ ଭଳି ଗାଁ ଗଣ୍ଡାରେ ଏତେ କାମ ମଧ୍ୟ ଠିକରେ ମିଳୁନାହିଁ ।ଯାହାବି ହେଉ ଅନ୍ୟର ଜମିରେ କିଛି କାମଧାମ କରି ପେଟ ପୋଷୁଛନ୍ତି ଏହି ଅଭାବୀ ତଥା ଗରିବ ପରିବାର ।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଯେ ବୋହୂକୁ ବିଧବା ଭତ୍ତା ମାତ୍ର ତିନି ଶହ ଟଙ୍କା ମିଳୁଥିବା ବେଳେ ଶାଶୁ ମୈଥିଳୀ ଙ୍କୁ ଦୀର୍ଘ ତିନି ବର୍ଷର ଗୁହାରୀ ପରେ ମଧ୍ୟ ବିଧବା ଭତ୍ତା ମିଳିପାରା ନାହିଁ ।ସରକାରଙ୍କ ଏତେ ସବୁ ଯୋଜନା ସତ୍ତ୍ୱେ ଏପରି କିଭଳି ଗୋଟିଏ ପରିବାର କଲବଲ ହେଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସେ ଅତିଶୀଘ୍ର ମୈଥିଳୀ ଙ୍କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Body:ସ୍ବାମୀ ଙ୍କ ସ୍ବର୍ଗବାସ ର ତିନିବର୍ଷ ପରେବି ସ୍ତ୍ରୀ ଙ୍କୁ ମିଳୁନାହିଁ ବିଧବା ଭତ୍ତା ।

Conclusion:ବାଇଟ-୧-ମୈଥିଳୀ ସାହୁ, ବିଧବା,ଚାରସାହି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.