ETV Bharat / state

ପଶ୍ଚିମବଙ୍ଗ ହିଂସାରେ ଶ୍ରମିକଙ୍କୁ ଟାର୍ଗେଟ ପ୍ରତିବାଦରେ ଦାବିପତ୍ର - ତୃଣମୂଳ କଂଗ୍ରେସର କର୍ମୀ

ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ବର୍ତ୍ତମାନ ବିଭିନ୍ନ ବର୍ଗର ଶ୍ରମିକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ । ଏନେଇ ଆଜି ଏକ ଦାବିପତ୍ର ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ହିଂସାରେ ଶ୍ରମିକଙ୍କୁ ଟାର୍ଗେଟ ପ୍ରତିବାଦରେ ଦାବିପତ୍ର

author img

By

Published : Jun 4, 2021, 10:47 AM IST

ବୌଦ୍ଧ: ଥମିବାର ନା ଧରୁନି ପଶ୍ଚିମବଙ୍ଗର ରାଜନୈତିକ ହିଂସା । ବର୍ତ୍ତମାନ ଏହି ରାଜନୈତିକ ହିଂସାରେ ସେଠାକାର ରହୁଥିବା ଶ୍ରମିକ, ଅଟୋ ଚାଳକ ଆଦିଙ୍କୁ ଟାର୍ଗେଟ କରି ତୃଣମୂଳ କଂଗ୍ରେସର କର୍ମୀ ଗୁଣ୍ଡା ସାଜି ବିଭିନ୍ନ ଅମାନୁଷିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏହି ବର୍ବରୋଚିତ୍ତ କାର୍ଯ୍ୟକଳାପର ତୀବ୍ର ବିରୋଧ କରି ବୌଦ୍ଧ ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପଶ୍ଚିମବଙ୍ଗ ହିଂସାରେ ଶ୍ରମିକଙ୍କୁ ଟାର୍ଗେଟ ପ୍ରତିବାଦରେ ଦାବିପତ୍ର

ଆଜି ଏନେଇ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ଓ ସଂପାଦକ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ପଶ୍ଚିମବଙ୍ଗରେ ହିଂସାତ୍ମକ କାର୍ଯ୍ୟ କଳାପ ବନ୍ଦ ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏନେଇ ଯଦି କୌଣସି ସୁଫଳ ନମିଳେ ତେବେ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.