ETV Bharat / state

ବୌଦ୍ଧରେ ବଢୁଛି କୋରୋନା ସଂକ୍ରମଣ, ସାପ୍ତାହିତ ସଟଡାଉନ ଘୋଷଣା

ଆଗାମୀ ଜୁଲାଇ 26 ଯାଏଁ ବୌଦ୍ଧ ପୌରାଞ୍ଚଳକୁ ଲକଡାଉନ ଘୋଷଣା କରାଯିବା ସହ ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲାରେ ସଟଡାଉନ ଜାରି ରହିବ ବୋଲି ସୂଚନା । ଅଧିକ ପଢନ୍ତୁ...

ବୌଦ୍ଧରେ ବଢୁଛି କୋରୋନା ସଂକ୍ରମଣ, ସାପ୍ତାହିତ ସଟଡାଉନ ଘୋଷଣା
ବୌଦ୍ଧରେ ବଢୁଛି କୋରୋନା ସଂକ୍ରମଣ, ସାପ୍ତାହିତ ସଟଡାଉନ ଘୋଷଣା
author img

By

Published : Jul 18, 2020, 4:16 AM IST

ବୌଦ୍ଧ: ଜିଲ୍ଲାରେ ଏବେ ଠୁ ପ୍ରତ୍ୟେକ ଶନିବାର ଓ ରବିବାର ଜାରି ରହିବ ସଟଡାଉନ । ସେହିପରି ଆଗାମୀ ଜୁଲାଇ 26 ଯାଏଁ ବୌଦ୍ଧ ପୌରାଞ୍ଚଳକୁ ଲକଡାଉନ ଘୋଷଣା କରାଯାଇଛି । ଏନେଇ ଗାଇଡଲାଇନ ଜାରି କରିଛନ୍ତି ବୋଦ୍ଧ ଜିଲ୍ଲାପାଳ ।

ବୌଦ୍ଧରେ ବଢୁଛି କୋରୋନା ସଂକ୍ରମଣ, ସାପ୍ତାହିତ ସଟଡାଉନ ଘୋଷଣା

ଶୁକ୍ରବାର ବୌଦ୍ଧ ଜିଲ୍ଲା ସଦର ମହକୁମାରୁ ପୁଣି କୋରୋନା ପଜିଟିଭ ଚିହ୍ନଟ ପରେ ସଧାରଣ ଲୋକଙ୍କ ସମେତ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ଏଥିପାଇଁ ଜିଲ୍ଲାପାଳ ବୌଦ୍ଧ ପୌରାଞ୍ଚଳକୁ ଆଗାମୀ ଜୁଲାଇ 26 ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିବା ସହ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ସାରା ଜିଲ୍ଲାକୁ ସଟଡାଉନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ସ୍ଥାନରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କାରେ ସହରର ବୁଟୁପାଲି, କଚେରୀ ଛକ, ପୋଡାପୋଡା, ବ୍ରାହ୍ମଣ ସାହି,ଏନଏସି ଛକ, ଗାନ୍ଧୀ ଛକ ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି ଏ ସମ୍ପର୍କିତ ଗାଇଡଲାଇନ ଜାରି କରାଯାଇଛି ।

ବୋଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.