ETV Bharat / state

କୋରୋନା ଆତଙ୍କ: ଖାଲି ପଡିଲା ଶତାଧିକ ବର୍ଷର ପୁରୁଣା ସାପ୍ତାହିକ ହାଟ - boudh news

କୋରୋନା ଆତଙ୍କ ଯୋଗୁଁ ଖାଲି ପଡିଲା ଶତାଧିକ ବର୍ଷ ପୁରୁଣା ସାପ୍ତାହିକ ହାଟ । ଭୟରେ ଘରୁ ବାହାରୁ ନାହିଁନ୍ତି ଲୋକେ । ଅଧିକ ପଢନ୍ତୁ...

weekly market closed for Pandemic corona
କରୋନା ଆତଙ୍କ ଯୋଗୁଁ ଖାଲି ପଡିଲା ଶତାଧିକ ବର୍ଷ ପୁରୁଣା ସାପ୍ତାହିକ ହାଟ
author img

By

Published : Mar 21, 2020, 1:10 PM IST

ବୌଦ୍ଧ: ଶତାଧିକ ବର୍ଷର ସାପ୍ତାହିକ ବଜାରରେ ନା ଅଛନ୍ତି ବେପାରୀ, ନା ଅଛନ୍ତି ଗ୍ରାହକ । ପୁରା ଖାଁ ଖାଁ ହୋଇଯାଇଛି ସାପ୍ତାହିକ ବଜାର । ସେପଟେ ବିଭିନ୍ନ ବସ୍ତିରେ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛସାଥି ମାନେ ପହଞ୍ଚି ଆସନ୍ତାକାଲିର ଜନତା କର୍ଫ୍ୟୁ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

ଖାଁ ଖାଁ ପୁରୁଣା ସାପ୍ତାହିକ ହାଟ

ଦୋକାନ ବଜାର ସବୁକିଛି ଏବେ ଖାଁ ଖାଁ ପଡିଛି । କରୋନା ଆତଙ୍କ ଯୋଗୁଁ ଏହାର ସଂକ୍ରମଣ ଆଶଙ୍କାରେ ପୌର ପ୍ରଶାସନ ବୌଦ୍ଧ ସହରର ଶତାଧିକ ବର୍ଷ ପୁରାତନ ସାପ୍ତାହିକ ବଜାର ଉପରେ ରୋକ ଲଗାଇବା ପରେ ଶନିବାର ହାଟ ପ୍ରାୟ ଶୂନଶାନ ହୋଇଯାଇଛି । କାଁ ଭାଁ ଅତି ଜରୁରୀ କାମ ଥିବା ଲୋକ ବଜାରକୁ ଆସୁଛନ୍ତି ।

ସେପଟେ କିନ୍ତୁ ହୋଟେଲ ବ୍ୟବସାୟ ଉପରେ ଅଙ୍କୁଶ ଲାଗି ନଥିବା ସୂଚନା ମିଳିଛି । ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତିରେ ସ୍ବଚ୍ଛସାଥି ମାନେ ପହଞ୍ଚି ଆସନ୍ତା କାଲି ର ଜନତା କର୍ଫ୍ୟୁ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । କରୋନା ସଂକ୍ରମଣରେ ଆତଙ୍କିତ ନହୋଇ ସଚେତନ ରହିବାକୁ ସ୍ବଛସାଥି ମାନେ ଲୋକଙ୍କୁ ବୁଝାଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.