ETV Bharat / state

ଲକଡାଉନ:ରୋଗୀଙ୍କ ପାଇଁ ନିଜ କାର ବ୍ୟବହାର କଲେ ସ୍ବେଚ୍ଛାସେବୀ

ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ନିଜ ବ୍ୟକ୍ତିଗତ କାରକୁ ରୋଗୀଙ୍କ ପାଇଁ ବ୍ୟବହାର କଲେ ବୌଦ୍ଧର ଜଣେ ଯୁବ ସ୍ବେଚ୍ଛାସେବୀ । ସେହିପରି ଆଉ ଜଣେ ଯୁବ ସ୍ବେଚ୍ଛାସେବୀ ୩୧ ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ...

Volunteers used their cars for patients
ଲକଡାଉନ: ରୋଗୀଙ୍କ ପାଇଁ ନିଜ କାର ବ୍ୟବହାର କଲେ ସ୍ବେଚ୍ଛାସେବୀ
author img

By

Published : Mar 29, 2020, 6:57 AM IST

ବୌଦ୍ଧ: ମହାମାରୀ କୋରୋନାକୁ ନେଇ ଚାଲିଥିବା ଦେଶବ୍ୟାପୀ ଲକଡାଉନ ଯୋଗୁଁ ରାସ୍ତା ଘାଟ ସମ୍ପୂର୍ଣ୍ଣ ଖାଲି । ରାସ୍ତାରେ ନା ଅଛନ୍ତି ମଣିଷ, ନା ଗାଡିମୋଟର । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧର ଜଣେ ସ୍ବେଚ୍ଛାସେବୀ ନିଜ ବ୍ୟକ୍ତିଗତ କାରକୁ ଏହି କାର୍ଯ୍ୟରେ ଲଗାଇଛନ୍ତି ।

ଲକଡାଉନ: ରୋଗୀଙ୍କ ପାଇଁ ନିଜ କାର ବ୍ୟବହାର କଲେ ସ୍ବେଚ୍ଛାସେବୀ

ଲକଡାଉନ କାରଣରୁ ଗାଡ଼ି ନ ପାଇ ବାଧ୍ୟହୋଇ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି ଲୋକେ । ଏହି ଦୁଃଖଦ ଦୃଶ୍ୟକୁ ଦେଖି ବୌଦ୍ଧର ଜଣେ ଯୁବସ୍ବେଚ୍ଛାସେବୀ ନିଜ ବ୍ୟକ୍ତିଗତ କାରକୁ ପ୍ରଶାସନ ଠାରୁ ସ୍ବୀକୃତି ଆଣି ରୋଗୀଙ୍କୁ ତାଙ୍କ ଘରେ ଛାଡିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସେହିପରି ଆଉ ଜଣେ ଯୁବ ସ୍ବେଚ୍ଛାସେବୀ ୩୧ ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.