ETV Bharat / state

ଅସହାୟ ମଣିଷ ଓ ବୁଲା ଗାଇଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ

କୋରୋନା ପାଇଁ ସାରା ଦେଶରେ ଲକଡାଉନ ହୋଇଥିବା ବେଳେ ଭୋକିଲା ଲୋକ ଓ ପଶୁପକ୍ଷୀଙ୍କ ମୁହଁରେ ଖାଦ୍ୟ ଯୋଗାଉଛନ୍ତି କିଛି ସ୍ବେଚ୍ଛାସେବୀ । କିଛି ସ୍ବେଚ୍ଛାସେବୀ ଅସହାୟ ମଣିଷଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ବେଳେ ଆଉ କିଛି ସ୍ବେଚ୍ଛାସେବୀ ଲୋକଙ୍କ ବଳକା ଖାଦ୍ୟକୁ ଭିକ୍ଷା କରି ବୁଲା ଗାଇଗୋରୁ ଓ କୁକୁରକୁ ଖାଦ୍ୟ ଯୋଗାଉଛନ୍ତି । ଅଧିକ ପଢନ୍ତୁ....

Volunteers provide food to the helpless
ଅସହାୟ ମଣିଷ ଓ ବୁଲା ଗାଇଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ
author img

By

Published : Apr 2, 2020, 11:08 AM IST

ବୌଦ୍ଧ: କୋରୋନା ପାଇଁ ସାରା ଦେଶରେ ଲକଡାଉନ ହୋଇଥିବା ବେଳେ ଭୋକିଲା ପେଟରେ ଥିବା ଅସହାୟ ଗରିବ ଓ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସ୍ବେଛାସେବୀ । ପ୍ରଶାସନର ସହଯୋଗ କ୍ରମେ ସ୍ବେଚ୍ଛାସେବୀ ମାନେ ଖୋଜିଖୋଜି ଅସହାୟ ମଣିଷ ଓ ପଶୁମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତରେ ଦୁଇ ଦିନ ହେଲା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି ।

ଅସହାୟ ମଣିଷ ଓ ବୁଲା ଗାଇଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ

ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏନଏସି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଭଳି କିଛି ମହତକାର୍ଯ୍ୟ କରୁଥିବା ଜଣିଆ ପଡ଼ିଛି । କିଛି ସ୍ବେଚ୍ଛାସେବୀ ଅସହାୟ ମଣିଷଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ବେଳେ ଆଉକିଛି ସ୍ବେଚ୍ଛାସେବୀ ଲୋକଙ୍କ ବଳକା ଖାଦ୍ୟକୁ ଭିକ୍ଷା କରି ବୁଲା ଗାଈଗୋରୁ ଓ କୁକୁରକୁ ଖାଦ୍ୟ ଯୋଗାଉଛନ୍ତି । ତେବେ ସ୍ବେଚ୍ଛାସେବୀ ମାନଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.