ବୌଦ୍ଧ: ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ବେଳେ ଉତ୍ତେଜନା । ଏକ ସରକାରୀ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ପହଞ୍ଚି ଉତ୍ତେଜନା ସୃଷ୍ଟି ସହ ଏକ କମ୍ପ୍ୟୁଟରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ସାରାଦେଶରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । 12 ଦଫା ଦାବି ନେଇ ଏହି ବନ୍ଦ ଚାଲିଥିବାବେଳେ ବୌଦ୍ଧ ଉଦ୍ୟାନ ବିଭାଗରେ କିଛି ଆନ୍ଦୋଳନକାରୀ ପହଞ୍ଚି ଉତ୍ତେଜନା ସୃଷ୍ଟି ସହ ଏକ କମ୍ପ୍ୟୁଟର ମନିଟରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଖବର ପାଇ ବୌଦ୍ଧ ପୋଲିସ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ବୌଦ୍ଧ ଥାନାରେ ବିଭାଗ ପକ୍ଷରୁ ଏକ କେସ ଦାୟର ହୋଇଥିବା ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ