ETV Bharat / state

କଟକଣାକୁ ଆଖିଠାର, ପୋଖରୀରେ ଏକାଠି ମାଛ ଧରିଲେ ଶହଶହ ଲୋକ

author img

By

Published : Jun 8, 2021, 10:48 PM IST

ବୌଦ୍ଧ ଜିଲ୍ଲାରେ କୋରୋନା କଟକଣା ଉଲଙ୍ଘନ ମାମଲା । ମାଛ ଧରିବାକୁ ଶହ ଶହ ଲୋକଙ୍କ ଭିଡ । ଅଧିକ ପଢନ୍ତୁ...

ସଂକ୍ରମଣ କମୁଥିବା ସମୟରେ କୋରୋନା କଟକଣା ଉଲ୍ଲଂଘନ

ବୌଦ୍ଧ: ଜିଲ୍ଲାରେ କୋରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଏକ ବନ୍ଧରେ ଶହ ଶହ ଲୋକ ମାଛ ମାରୁଥିବାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଲଗାତାର ସପ୍ତାହେ ହେଲା ସଂକ୍ରମଣ ଦୁଇ ଶହ ତଳେ ରହୁଥିବା ବେଳେ ମଙ୍ଗଳବାର ଏହା ଦୁଇ ଅଙ୍କକୁ ଖସିଆସି 73ରେ ପହଞ୍ଚିଛି ।

ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ ଆଶ୍ବସ୍ଥି ଅନୁଭବ କରିଛନ୍ତି । ତେବେ ଆଉ ଗୋଟିଏ ଦିନ ପରେ ସାବିତ୍ରୀ ଅମାବାସ୍ୟା ଥିବାରୁ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । କୋରୋନା କଟକଣାକୁ ବେଖାତିର କରି ଅନୁମତି ନଥିବା ଦୋକାନ ଓ ହାଟ ଗୁଡିକ ଖୋଲାଯାଇଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ଆମ୍ବଗାଁ ହାଟରେ ଆଜି ପ୍ରବଳ ଭିଡ ସହିତ କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା ।

ସେପଟେ ଏଭଳି ସମୟରେ କଣ୍ଟାମାଳ ଥାନା ଅନ୍ତର୍ଗତ ଉମା ପଞ୍ଚାୟତ ସଦର ମହକୁମାରେ ଏକ ବନ୍ଧରେ ମାଛ ମାରିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଯାହାର ଏକ ଭିଡିଓ ଖୁବ ଭାଇରାଲ ହୋଇଛି । ତେବେ ଭିଡିଓର ସତ୍ୟତା କେତେ ତାର ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି । ସେ ଯାହାବି ହେଉ ନା କାହିଁକି ଜିଲ୍ଲାରେ ସଂକ୍ରମଣ କମୁଥିବା ସମୟରେ ଏଭଳି ଭିଡିଓକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.