ETV Bharat / state

ଦନ୍ତା ଶିକାରକୁ ନେଇ ଉତ୍ତେଜନା, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଡି ବସିଲେ ଗାଁଲୋକ

author img

By

Published : May 28, 2022, 12:52 PM IST

Updated : May 28, 2022, 4:31 PM IST

ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ ଘଟଣାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ଉତ୍ତେଜନା । ବୌଦ୍ଧ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers protest over elephant hunting case in boudh
ଦନ୍ତାହାତୀ ଶିକାର ଘଟଣାରେ ଉତ୍ତେଜନା, ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବୌଦ୍ଧ: ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ ଘଟଣାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ଉତ୍ତେଜନା । ଗତ କିଛି ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ହାତୀ ଶିକାର ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାରେ ତିନି ବନ କର୍ମଚାରୀଙ୍କୁ ଜଙ୍ଗଲ ବିଭାଗ ନିଲମ୍ବନ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଯାହାକୁ ତୀବ୍ର ବିରୋଧ କରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଡି ବସିଲେ ଗାଁଲୋକ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ବନ୍ୟପ୍ରାଣୀ ମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ଜଙ୍ଗଲ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁର୍ବୃତ୍ତାମାନେ ହାତୀ ଶିକାର କରି ମୂଲ୍ୟବାନ ଦାନ୍ତ ଲୁଟି ନେଲେ ମଧ୍ୟ ବନ ବିଭାଗ ଟେର ପାଉନାହିଁ । ଘଟଣାର ୧୦ ଦିନ ପରେ ଖବର ପାଇ ରାତି ଅଧିଆ ଦୁଇଟି ମୃତ ଦନ୍ତାହାତୀକୁ ବନ ବିଭାଗ ପୋତିଦେଇଥିବା ନେଇ ଗ୍ରାମବାସୀ କହିଛନ୍ତି ।

ତେବେ ଘଟଣା କୁନେଇ ତରବରିଆ ଭାବେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ଫରେଷ୍ଟର ଓ ଦୁଇ ଜଣ ବନରକ୍ଷୀକୁ ନିଲମ୍ବିତ କରି ଦୁଇ ଜଣ ଯୁବକକୁ ଅଟକ ରଖାଯାଇଛି । ଯାହାକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ନିରିହ ଲୋକଙ୍କୁ ଅଟକ ରଖୁଥିବା ଅଭିଯୋଗ କରି ବୌଦ୍ଧ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଏବଂ ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 28, 2022, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.