ETV Bharat / state

ହରଭଙ୍ଗା ବ୍ଲକର ବିକାଶ ପାଇଁ ଆଶାବାଦୀ ଅଞ୍ଚଳବାସୀ

author img

By

Published : Sep 13, 2022, 2:21 PM IST

ବ୍ଲକର ଅଧିକାଂଶ ସ୍ଥାନରେ ଆବାସ, ରାସନ, ମନରେଗା ସମସ୍ୟା ରହିଥିବାବେଳେ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ବ୍ଲକର ବିଡ଼ିଓଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବ୍ଲକବାସୀ । ଅଧିକ ପଢନ୍ତୁ

ହରଭଙ୍ଗା ବ୍ଲକର ବିକାଶ ପାଇଁ ଆଶାବାଦୀ ଅଞ୍ଚଳବାସୀ
ହରଭଙ୍ଗା ବ୍ଲକର ବିକାଶ ପାଇଁ ଆଶାବାଦୀ ଅଞ୍ଚଳବାସୀ

ବୌଦ୍ଧ: ବ୍ଲକର ଅଧିକାଂଶ ପଞ୍ଚାୟତ ମହାନଦୀ କୂଳରେ ରହିଥିଲେ ମଧ୍ୟ ଉଭୟ ପାନୀୟଜଳ ଓ ଜଳସେଚନ ରେ ବ୍ୟାପକ ସମସ୍ୟା ରହୁଛି । ବ୍ଲକର ଅଧିକାଂଶ ସ୍ଥାନରେ ଆବାସ, ରାସନ, ମନରେଗା ସମସ୍ୟା ରହିଥିବାବେଳେ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ବ୍ଲକର ବିଡ଼ିଓଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବ୍ଲକବାସୀ । ମହାନଦୀ କୂଳରେ ଅଧିକାଂଶ ପଞ୍ଚାୟତ ରହିଥିଲେ ମଧ୍ୟ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଓ ଜଳସେଚନର ବ୍ୟାପକ ସମସ୍ୟା ରହିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ 22ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ।

ସରସରା ଠାରୁ ନେଇ କୁଶଙ୍ଗ ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ପଞ୍ଚାୟତ ଗୁଡିକରେ ଚଳିତ ବର୍ଷ ମହାନଦୀରେ ବନ୍ୟା ଜଳ ଆସି ପ୍ରଭୁତ କ୍ଷତି ଘଟାଇଥିଲା । ଆହୁରି ମଧ୍ୟ ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତ ରେ ରାସନ, ଆବାସ, ମନରେଗା ଯୋଜନାରେ ବ୍ୟାପକ ଘୋଟାଲା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଅନେକ ପଞ୍ଚାୟତରେ କୋଟି କୋଟି ଟଙ୍କାର ମନରେଗା ଯୋଜନା ଅର୍ଥରେ ହରିଲୁଟ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ସେପଟେ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ସେବା ଆଜି ମଧ୍ୟ ଅପହଞ୍ଚ ହୋଇରହିଛି ।

ତେବେ ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ହରଭଙ୍ଗା ବ୍ଲକର ନୂତନ ବିଡ଼ିଓ କାର୍ଯ୍ୟ ରେ ଯୋଗଦାନ ପରେ ବର୍ତ୍ତମାନ ଅଞ୍ଚଳବାସୀ ଅଞ୍ଚଳର ଉନ୍ନତି ନେଇ ଆଶା ପ୍ରକାଶ କରିଛନ୍ତି । ସୋମବାର ଚାରିଛକ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ସମୟରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନେଇ କୃଷ୍ଣ ମୋହନପୁରର ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି, "ଆମର ହରଭଙ୍ଗା ବ୍ଲକ 22ଟି ପଞ୍ଚାୟତକୁ ନେଇ ଗଠିତ । ଆମର ବିଭିନ୍ନ ପ୍ରକାର ସମସ୍ୟାମାନ ରହିଛି । ଗରିବ ଲୋକମାନେ ପାନୀୟଜଳ ପାଇ ପାରୁନାହାନ୍ତି ଏବଂ ବିଭିନ୍ନ ଆବାସ ଯୋଜନା ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରୁ ବଞ୍ଚିତ ରହୁଛନ୍ତି । ଏନେଇ ଆମେ ଆଶା କରୁଛୁ ନୂତନ ଜିଲ୍ଲାପାଳ ଆମର ସମସ୍ତ କାର୍ଯ୍ୟ ସୂଚାରୁରୂପେ ତୁଲାଇବେ ବୋଲି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.