ETV Bharat / state

ମାଳ ମାଳ ସମସ୍ୟାକୁ ନେଇ ଅଭିଯୋଗ ଆଣିଲେ ସରପଞ୍ଚ

author img

By ETV Bharat Odisha Team

Published : Dec 5, 2023, 11:12 AM IST

ବୌଦ୍ଧ ଜିଲ୍ଲାର ସଦର ବ୍ଲକର ଦୁଇଟି ପଞ୍ଚାୟତରେ ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି । ଅଧିକ ପଢ଼ନ୍ତୁ

various problem in boudh
various problem in boudh
various problem in boudh

ବୌଦ୍ଧ: ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇ ପଡିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଜିଲ୍ଲାର ସଦର ବ୍ଲକର ଦୁଇଟି ପଞ୍ଚାୟତରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ଜାତୀୟ ରାଜପଥ କଡ଼ରେ ତଥା ମହାନଦୀ କୂଳରେ ଅବସ୍ଥିତ ଉକ୍ତ ଦୁଇ ପଞ୍ଚାୟତରେ ଜଳସେଚନଠାରୁ ନେଇ ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ସମସ୍ୟାକୁ ନେଇ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲା ବହିରା ଓ ଅଁଳାପାଲି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ତେବେ ମହାନଦୀ କୂଳରେ ଅବସ୍ଥିତ ଅଁଳାପାଲି ପଞ୍ଚାୟତର ହିଲୁଙ୍ଗ ଗ୍ରାମରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମର ନିକଟବର୍ତ୍ତୀ ଅଞ୍ଚଳକୁ ଉକ୍ତ ପ୍ରକଳ୍ପର ପାଣି ମିଳୁନାହିଁ । ଫଳରେ ଦୀପ ତଳ ଅନ୍ଧାର ଭଳି ଅଞ୍ଚଳର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା ସାଲୁଙ୍କୀ ସେଚ ପ୍ରକଳ୍ପର କେନାଲକୁ ଅନେକ ଲୋକ ଜବରଦଖଲ କରି ରଖିଥିବାରୁ ତଳମୁଣ୍ଡରେ ଥିବା ଜମିକୁ ଜଳସେଚନ ହୋଇ ପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଜଳସେଚନ ବିଭାଗର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଉପାନ୍ତ ଅଞ୍ଚଳରେ ନାହିଁ ବିକାଶର ପଦଚିହ୍ନ, ସମସ୍ୟା ଘେରରେ ଶତାଧିକ ଲୋକେ

ସେହିପରି ଜାତୀୟ ରାଜପଥ କଡ଼ରେ ରହିଛି ବହିରା ପଞ୍ଚାୟତ । ବୌଦ୍ଧ ଜିଲ୍ଲାର ମୁଖ୍ୟ ସ୍ଥାନରେ ଥିବା ବହିରା ପଞ୍ଚାୟତର ତେନ୍ତୁଳିପାଲି ଭଳି ଅନେକ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହାଛଡ଼ା ପଞ୍ଚାୟତକୁ ପିଡିଏସ ଚାଉଳ ଯୋଗାଣ ଠିକରେ ପହଞ୍ଚି ପାରୁନଥିବା ଯୋଗୁଁ ଗରିବ ହିତାଧିକାରୀମାନଙ୍କୁ ଠିକ୍‌ରେ ଚାଉଳ ମିଳିପାରୁ ନ ଥିବା ଖୋଦ ବହିରା ସରପଞ୍ଚ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମୃତ୍ୟୁକାଳୀନ ସହାୟତା ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ବ୍ୟାପକ ସମସ୍ୟା ରହିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଯଦି ଜିଲ୍ଲାର ମୁଖ୍ୟ ଅଞ୍ଚଳର ପଞ୍ଚାୟତ ରେ ଏଭଳି ସମସ୍ୟା ରହୁଛି ତେବେ ଉପାନ୍ତ ଅଞ୍ଚଳର ପଞ୍ଚାୟତ ଗୁଡ଼ିକରେ କିଭଳି ବିକାଶମୂଳକ କାର୍ଯ୍ୟ ହୋଇଥିବ ତାହା ସହଜରେ ଅନୁମେୟ । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.