ETV Bharat / state

ପ୍ରାଣୀ ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି

author img

By

Published : Sep 10, 2022, 6:44 PM IST

ଜିଲ୍ଲାରେ ଥିବା ଗୋଚର ଜମି ଏବେ ମାଫିଆଙ୍କ କବଜାରେ ରହିଛି । ଫଳରେ ଗୋରୁ, ଗାଈ କିମ୍ବା ମେଣ୍ଢା, ଛେଳି ପାଳକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

ପ୍ରାଣୀ ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି
ପ୍ରାଣୀ ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି

ବୌଦ୍ଧ: ଜିଲ୍ଲାରେ ଥିବା ଗୋଚର ଜମି ଏବେ ମାଫିଆଙ୍କ କବଜାରେ ରହିଛି । ଫଳରେ ଅଧିକାଂଶ ସ୍ଥାନରେ ଗୋପାଳକ ମାନେ ଗାଇଗୋରୁ ଚରାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଜିଲ୍ଲାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ଆଉ ଗୋପାଳନ ପାଇଁ ମନ ବଳାଉ ନାହାଁନ୍ତି ଗୋପାଳକ ଓ ଚାଷୀ । କାରଣ ଅଧିକାଂଶ ସ୍ଥାନରେ ଗୋଚର ଜମି ଜବରଦଖଲ ହୋଇସାରିଲାଣି । ବୌଦ୍ଧ ଜିଲ୍ଲାରେ ଗୋପାଳନ କୁନେଇ ବର୍ତ୍ତମାନ ସମସ୍ୟା ଦେଖାଦେଇଛି ।

ପ୍ରାଣୀ ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି

ବିଶେଷ ଭାବରେ ଗୋଚର ଜମି ଅଭାବ ସାଙ୍ଗକୁ ପ୍ରାଣୀ ଚିକିତ୍ସା ସେବା ମିଳିପାରୁ ନଥିବାରୁ ଗୋ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଭାବନା ପ୍ରକାଶ ହୋଇଛି । ଗୋରୁ, ଗାଈ କିମ୍ବା ମେଣ୍ଢା, ଛେଳି ରଖିଲେ ସେମାନଙ୍କର ବିଶେଷ ଭାବରେ ଯତ୍ନ ନେବାକୁ ପଡିଥାଏ । ସେମାନଙ୍କର ବାହାରେ ଚରିବା ପାଇଁ ଉପଯୁକ୍ତ ଗୋଚର ଜମି ରହିବା ଦରକାର । ଏହା ସହିତ ସେମାନଙ୍କର ସ୍ବାସ୍ଥ୍ୟପ୍ରତି ସଚେତନତା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପଶୁ ପାଳନ ସୁବିଧା ଉପଲବ୍ଧ ରହିବା ଦରକାର ।

ଏସବୁର ଅବହେଳାର ଶିକାର ହେଉଛନ୍ତି ବୌଦ୍ଧା ଜିଲ୍ଲା ଗୋପାଳକ ମାନେ । ଯେଉଁ ଅଞ୍ଚଳରେ ସେମାନଙ୍କର ଗୃହ ପାଳିତ ପଶୁମାନେ ଚରିବାକୁ ଯାଆନ୍ତି ସେସବୁ ଏବେ କିଛି ମାଫିଆ କବଜା କରିନେଇଛନ୍ତି । ଫଳରେ ଗୃହ ପାଳିତ ପଶୁମାନେ ଚରିବାକୁ ଉପଯୁକ୍ତ ସ୍ଥାନ ପାଇ ପାରୁନାହାଁନ୍ତି । ଏନେଇ ଅଭିଯୋଗ କରିଛନ୍ତି ଜିଲ୍ଲାର ଗୋପାଳକ । ଜିଲ୍ଲାର ଖୁଣ୍ଟିଗୋରା ଠାରୁ ନେଇ ତଳଗାଁ ପର୍ଯ୍ୟନ୍ତ ଥିବା ୬୯ ପଞ୍ଚାୟତ ମଧ୍ୟରୁ ଅଳ୍ପ କେତୋଟି ପଞ୍ଚାୟତକୁ ଛାଡିଦେଲେ ସମସ୍ତ ପଞ୍ଚାୟତର ଗୋଚର ଭୂମି ସବୁ ପ୍ରଭାବଶାଳୀ ଲୋକ, ମାଫିଆ ଓ କପାଚାଷୀଙ୍କ କବଜାରେ ରହିଛି ।

ଫଳରେ ଗୋରୁ, ଗାଈ କିମ୍ବା ମେଣ୍ଢା, ଛେଳି ପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜିଲ୍ଲାର ଅଧିକାଂଶ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ କର୍ମଚାରୀ ଅଭାବରୁ ଦୀର୍ଘ ବର୍ଷ ହେଲା ତାଲା ଝୁଲି ଭୂତକୋଠି ପାଲଟିଗଲାଣି । ବୌଦ୍ଧ ଜିଲ୍ଲାର ବରଗାଁ, ଶଗଡା, ଲମ୍ବସରୀ, ତେଲିବନ୍ଧ, ବୀରନରସିଂପୁର କୁଶଙ୍ଗ,ଆଢେଣୀଗଡ ଭଳି ଅଧିକାଂଶ ସ୍ଥାନରେ ଦୀର୍ଘ ବର୍ଷ ହେଲା ଗୋପାଳକ ମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ପ୍ରାଣୀଧନ ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଗୋପାଳକମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.