ETV Bharat / state

ପ୍ରାଣୀଧନ ଚିକିତ୍ସା ବିଭାଗରେ ଝୁଲିଛି ତାଲା, କେନ୍ଦ୍ର ପାଲଟିଛି ଭୂତକୋଠି

author img

By

Published : Nov 22, 2022, 8:37 PM IST

ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଣୀଧନ ଚିକିତ୍ସା ବିଭାଗରେ ତାଲା ଝୁଲିଛି । ଭୂତକୋଠି ପାଲଟିଛି ପ୍ରାଣୀଧନ ଚିକିତ୍ସା ବିଭାଗ । ପ୍ରାଣୀଧିନ ବିଭାଗର 36 ଗୋଟି କେନ୍ଦ୍ର ମଧ୍ୟରୁ କେବଳ 14ଜଣ ନିରୀକ୍ଷକ ଥିବାରୁ ପ୍ରାଣୀସେବା ଗଭୀର ଭାବେ ପ୍ରଭାବିତ ହୋଇଛି । ଅଧିକ ପଢ଼ନ୍ତୁ

ପ୍ରାଣୀଧନ ଚିକିତ୍ସା ବିଭାଗରେ ଝୁଲିଛି ତାଲା, କେନ୍ଦ୍ର ପାଲଟିଛି ଭୂତକୋଠି
ପ୍ରାଣୀଧନ ଚିକିତ୍ସା ବିଭାଗରେ ଝୁଲିଛି ତାଲା, କେନ୍ଦ୍ର ପାଲଟିଛି ଭୂତକୋଠି

ବୌଦ୍ଧ: ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଣୀଧନ ଚିକିତ୍ସା ବିଭାଗରେ ଝୁଲିଛି ତାଲା । ଭୂତକୋଠି ପାଲଟିଛି ପ୍ରାଣୀଧନ ଚିକିତ୍ସା ବିଭାଗ । ପ୍ରାଣୀଧିନ ବିଭାଗର 36 ଗୋଟି କେନ୍ଦ୍ର ମଧ୍ୟରୁ କେବଳ 14ଜଣ ନିରୀକ୍ଷକ ଥିବାରୁ ପ୍ରାଣୀସେବା ଗଭୀର ଭାବେ ପ୍ରଭାବିତ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ସହିତ 36 ଗୋଟି ପ୍ରାଣୀଧନ କେନ୍ଦ୍ରରେ । ଏଠାରେ ଆବଶ୍ୟକ ମୁତାବକ ପ୍ରାଣୀସେବା ନିରୀକ୍ଷକ ନଥିବାରୁ ପ୍ରାଣୀସେବା ଗଭୀର ପ୍ରଭାବିତ ହେଉଛି । ଏଥିଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ବିଶେଷ ଭାବରେ ଗୋପାଳନ ସହିତ ଅନ୍ୟାନ୍ୟ ପଶୁ ପକ୍ଷୀ ପାଳନ ଓ ମତ୍ସ୍ୟ ପାଳନ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାରେ ଏକ ସମ୍ଭାବନା ରହିଛି । କିନ୍ତୁ 36 ଗୋଟି କେନ୍ଦ୍ର ଦାୟିତ୍ୱରେ ମାତ୍ର 14 ଜଣ ପ୍ରାଣୀଧନ ନିରୀକ୍ଷକ ଥିବାରୁ ପ୍ରାଣୀସେବା ବାଧାପ୍ରାପ୍ତ ହେଉଛି । ତେବେ ପୂର୍ବରୁ ଥିବା ଚିକିତ୍ସକଙ୍କ ଆବଶ୍ୟକତା ପୂରଣ ହୋଇଥିବା ବେଳେ ନିରୀକ୍ଷକଙ୍କ ପଦ କେବେ ପୂରଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋମବାର ଜିଲ୍ଲା ସ୍ତରରେ ମତ୍ସ୍ୟ ଦିବସ ପାଳନ କରାଯାଇଥିବା ବେଳେ ରାଜ୍ୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଏସବୁ ସୁବିଧା ଅସୁବିଧା ବୁଝିବା ସହ ଉଭୟ ବିଭାଗର ସମୀକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Padmapur By Poll: ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଏ ସମ୍ପର୍କରେ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା ଅମିତାଭ ପଣ୍ଡା କହିଛନ୍ତି, ''ବୌଦ୍ଧ ଜିଲ୍ଲା ପାଇଁ ସରକାରଙ୍କ ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଯେଉଁ ସବୁ କାମ ସରକାରଙ୍କ ମାଧ୍ୟମରେ ହେଉଛି ତାକୁ ପରିଦର୍ଶନ କରିବାକୁ ଆସିଥିଲି । ଏହି 2ଦିନିଆ ଗସ୍ତ ସମୟରେ ଉଭୟ ବିଭାଗ ଅର୍ଥାତ ମତ୍ସ୍ୟ ଓ ପଶୁ ବିଭାଗର ବିଭିନ୍ନ ସ୍କିମରେ କେତେ କାମ ହୋଇଛି ତାର ପରିସଂଖ୍ୟାନ କରିବା ପାଇଁ ତଦାରଖ କରିଥିଲୁ । ତେବେ ପ୍ରାଣୀଧନ ଚିକିତ୍ସା ବିଭାଗରେ ଡାକ୍ତରଙ୍କ ଅଭାବ ରହିଛି । ରୁଟ ଲେବୁଲରେ 36ଜଣ ପ୍ରାଣୀ ନିରୀକ୍ଷକଙ୍କ ସ୍ଥାନରେ ମାତ୍ର 14ଜଣ କାର୍ଯ୍ୟରତ ଅଛନ୍ତି । ଫଳରେ ଅସୁବିଧା ଉପୁଜୁଛି । ତେଣୁ ଏଥିପାଇଁ ଧ୍ୟାନ ଦିଆଯିବ ।''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.