ETV Bharat / state

ବୌଦ୍ଧ ଜିଲ୍ଲାରେ ବନ୍ଦ ହେବ ଉର୍ଦ୍ଦୁ ବିଦ୍ୟାଳୟ

ସରକାରୀ ନିୟମ ଅନୁସାରେ ଦଶରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରାଯିବ। ଯଦି ଏହି ଧାରା ଦେଖାଯାଏ ବୌଦ୍ଧ ଜିଲ୍ଲାର ଅଠର ଗୋଟି ସ୍କୁଲ ବନ୍ଦ ହେବ। ତେଣୁ ଏଥି ସୂଚୀରେ ଜିଲ୍ଲାର ଏକ ମାତ୍ର ଉର୍ଦ୍ଦୁ ସ୍କୁଲ ରହିଛି, ଯାହାକି ବୌଦ୍ଧ ପୌରପରିଷଦ ଅଧିନରେ ରହିଛି ।

author img

By

Published : Jun 20, 2019, 3:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ:ବୌଦ୍ଧ ଜିଲ୍ଲାର ଥିବା ବନ୍ଦ ହେବ ଏକ ମାତ୍ର ଉର୍ଦ୍ଦୁ ବିଦ୍ୟାଳୟ। ତେଣୁ ଏନେଇ ବିଧିବଦ୍ଧ ସୂଚନା ମିଳିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅବିଭାବକ । ଏପଟେ ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟରେ ପଢାଯିବା ନେଇ ଶିକ୍ଷା ବିଭାଗ ସୂଚନା ଦେଇଛନ୍ତି ।

ତେବେ ସରକାରୀ ନିୟମ ଅନୁସାରେ ଦଶରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରାଯିବ । ଯଦି ଏହି ଧାରା ଦେଖାଯାଏ ବୌଦ୍ଧ ଜିଲ୍ଲାର ଅଠର ଗୋଟି ସ୍କୁଲ ବନ୍ଦ ହେବ । ତେଣୁ ଏଥି ସୂଚୀରେ ଜିଲ୍ଲାର ଏକ ମାତ୍ର ଉର୍ଦ୍ଦୁ ସ୍କୁଲ ରହିଛି, ଯାହାକି ବୌଦ୍ଧ ପୌରପରିଷଦ ଅଧିନରେ ରହିଛି । ଏବେ ସ୍କୁଲ ବନ୍ଦ ହେବା ଜଣାପଡିବା ପରେ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ପ୍ରଥମେ ବିଦ୍ୟାଳୟକୁ ଖଦାଳ ସାହି ପଟରୁ ଥିବା ରାସ୍ତା ବନ୍ଦ ହେବାକୁ ବସିଥିବା ବେଳେ ଏବେ ସ୍କୁଲ ବନ୍ଦ ହେବା ଖବର ଅବିଭାବକଙ୍କୁ ଚିନ୍ତାରେ ପକାଇଛି । ଏପଟେ ବୌଦ୍ଧ ସହରରେ ଦୁଇଟି ମୁସଲମାନ ବସ୍ତିର ପିଲାଙ୍କ ପାଇଁ ଥିବା ଜିଲ୍ଲାର ଏକମାତ୍ର ଉର୍ଦ୍ଦୁ ସ୍କୁଲ ବନ୍ଦ ହେବା ଘଟଣା ନିଶ୍ଚିତ ଭାବେ ସହରବାସୀଙ୍କୁ ଦୁଃଖିତ କରିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.