ETV Bharat / state

ଆଶା ଆଶଙ୍କାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣକୁ ନେଇ ଲାଗିରହିଛି କେଁ । ଜଙ୍ଗଲ ଜମିକୁ ନେଇ ଦେଖାଦେଇଛି ସମସ୍ୟା । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣକୁ ନେଇ ଲାଗିରହିଛି କେଁ

author img

By

Published : Feb 12, 2023, 10:13 AM IST

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣକୁ ନେଇ ଲାଗିରହିଛି କେଁ

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ଅତିକ୍ରମ କରୁଥିବା ଜିଲ୍ଲାରେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜିଲ୍ଲା ନାଗରିକ କମିଟିର ସଭାପତି ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣକୁ ନେଇ ଲାଗି ରହିଛି କେଁ । ଜଙ୍ଗଲ ଜମି ଏହି ସମସ୍ୟାର ମୁଖ୍ୟ କାରଣ ହୋଇରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟଣାଓଟରା ମଧ୍ୟରେ ଏହାର ଭାଗ୍ୟ ଭବିଷ୍ୟତକୁ ନେଇ ଅଞ୍ଚଳବାସୀ ସନ୍ଦିହାନ ହୋଇପଡିଛନ୍ତି । ତେବେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଜଙ୍ଗଲ ଜମି ରହିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ ଏହାକୁ ନେଇ ଫଇସଲା ହେଇପାରୁନାହିଁ ।

ଦୀର୍ଘ ବର୍ଷର ଦାବି ପରେ 1994 ମସିହାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଆଶା ସଞ୍ଚାର ହୋଇଥିଲା । ତେବେ ପରିବର୍ତ୍ତିତ ସମୟରେ ଏହାର ରୂପରେଖ ଓ ବଜେଟରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ଗତ ସପ୍ତାହରେ କେନ୍ଦ୍ର ସରକାର ଉକ୍ତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଆଉ ପ୍ରାୟ ଷୋହଳ ଶହ କୋଟିର ବ୍ୟୟ ବରାଦ ପରେ ଏହାର ଅଗ୍ରଗତି ନେଇ ଅଧିକ ଆଶା ଉଜ୍ଜୀବିତ ହୋଇଛି ।

ତେବେ ଏହି ବହୁ ପ୍ରତୀକ୍ଷିତ ରେଳପଥର ସର୍ବାଧିକ ରାସ୍ତା ରହିଥିବା ବୌଦ୍ଧ ଜିଲ୍ଲାରେ ଏହାର ନିର୍ମାଣର ଅଗ୍ରଗତି ବିଶେଷ ଆଗେଇ ପାରୁନାହିଁ । ଫଳରେ ରେଳ ପ୍ରକଳ୍ପକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାଛଡା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ଚାରିଛକ ପର୍ଯ୍ୟନ୍ତ ଏହି ରେଳପଥ ନିର୍ମାଣରେ କୌଣସି ଅସୁବିଧା ନଥିବା ବେଳେ ଚାରିଛକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ଘଞ୍ଚ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଆବାସ ସ୍ଥଳୀ ଯୋଗୁଁ ଏହାର ମୁଖ୍ୟ ପ୍ରତିବନ୍ଧକ ହୋଇ ରହିଛି ।

ଅନ୍ୟ ପଟରେ ବର୍ତ୍ତମାନ ପ୍ରସ୍ତାବିତ ବ୍ରହ୍ମପୁର ସମ୍ବଲପୁର ରେଳପଥ ଫୁଲବାଣୀ ଓ ବୌଦ୍ଧ ଜିଲ୍ଲା ଦେଇ ରେଢାଖୋଲ ଠାରେ ମିଶ୍ରଣର ରୂପରେଖ କଣ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏଭଳି ସ୍ଥିତିରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଭାଗ୍ୟ ଭବିଷ୍ୟତକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.